
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର୍ ଟିଟୋର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ୍। ଅଭିଯୁକ୍ତମାନେ ହେଲେ ଗୋଲ୍ଡେନ୍ ପପୁ, ଅବଦୁଲା, ଇମ୍ତିଆଜ୍ ଖାଁ ଏବଂ ଜାହାଙ୍ଗିର ଖାଁ। କ୍ରାଇମ୍ବ୍ରାଞ୍ଚ୍ର ୧୦ଟି ଟିମ୍ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଟିଟୋର ସହଯୋଗୀ ସନ୍ଦେହରେ ୮ ଜଣଙ୍କୁ ଧରିଥିଲା। ଗିରଫ ଅଭିଯୁକ୍ତମାନେ ଏମାନଙ୍କ ମଧ୍ୟରେ ଥିଲେ।
ଅନ୍ୟ ଅଟକମାନଙ୍କୁ କ୍ରାଇମ୍ବ୍ରାଞ୍ଚ୍ ପଚରାଉଚରା କରୁଛି। ଅଟକ ରହିଥିବା ସମସ୍ତ ଲୋକଙ୍କର ଅପରାଧ ରେକର୍ଡ ଥିବା ସୂଚନା ମିଳିଛି। ଟିଟୋ ସହ ଏମାନଙ୍କ ଲିଙ୍କ୍କୁ ନେଇ ଖୋଳତାଡ଼ କରୁଛି କ୍ରାଇମ୍ବ୍ରାଞ୍ଚ୍।
from OdishaReporter https://ift.tt/2LrpJOk
No comments:
Post a Comment