
ୱାଶିଂଟନ୍: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ ମଧ୍ୟରେ ସମ୍ପର୍କର ସେତୁ କ୍ରମଶଃ ଦୃଢ଼ ହେବାରେ ଲାଗିଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ୱାଶିଂଟନ୍ଙ୍କୁ ନିମନ୍ତ୍ରଣ କରିଥିଲେ। ଆଜି ପୁଟିନ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଟ୍ରମ୍ପଙ୍କୁ ମସ୍କୋ ଆମନ୍ତ୍ରଣ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୁଟିନ୍ କହିଛନ୍ତି ‘ ଟ୍ରମ୍ପ ମୋତେ ୱାଶିଂଟନ୍ ଯିବାକୁ ନିମନ୍ତ୍ରଣ କରିଥିଲେ। ମୁଁ ଏବେ ୱାଶିଂଟନ୍ ଯିବାକୁ ପ୍ରସ୍ତୁତ। ଖୁବ୍ଶୀଘ୍ର ମୁଁ ୱାଶିଂଟନ୍ ଯିବି। ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ହେଉଛି ଆମର ପ୍ରଥମ ଲକ୍ଷ୍ୟ। ତେଣୁ ମୁଁ ମଧ୍ୟ ଟ୍ରମ୍ପଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କରୁଛି।’ ନାଟୋ ସମ୍ମିଳନୀ ଅବସରରେ ଟ୍ରମ୍ପ ରୁଷିଆ ଯାଇ ଟ୍ରମ୍ପଙ୍କ ସହ ପ୍ରଥମଥର ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ରାଜି ହୋଇଥିଲେ। ଏପରି କି ଟ୍ରମ୍ପ ମଧ୍ୟ ପୁଟିନ୍ଙ୍କୁ ୱାଶିଂଟନ୍ ଆସିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଆମେରିକାର ଗଣମାଧ୍ୟମ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲା।
from OdishaReporter https://ift.tt/2mMmhTG
No comments:
Post a Comment