ପାର୍ଟିକୁ ଚାନ୍ଦା ଦିଅ… ଦୁହାଁଳିଆ ପୋଷ୍ଟରେ ଅଏସ୍ କର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ପାର୍ଟିକୁ ଚାନ୍ଦା ଦିଅ… ଦୁହାଁଳିଆ ପୋଷ୍ଟରେ ଅଏସ୍ କର…

ଭୁବନେଶ୍ୱର:  ବିଜେଡିର ସାଂଗଠନିକ କାର୍ଯ୍ୟ ପାଇଁ ପାଣ୍ଠି ବାହାର କରିବା ଏବେ କିଛି ବିଭାଗର ସଚିବଙ୍କ ନିଦ ହଜାଇ ଦେଇଛି ବୋଲି ପାୱାର କରିଡର୍‌ରେ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, କେତେକ ଇଞ୍ଜିନିୟରିଂ ବିଭାଗ ଉପରେ କୁଆଡ଼େ ସରକାରୀ କାର୍ଯ୍ୟକ୍ରମରୁ ପାଣ୍ଠି ବାହାର କରିବାକୁ ମାତ୍ରାଧିକ ଚାପ ପଡ଼ୁଛି। ସେହି ବିଭାଗର ସଚିବମାନେ ଅନୁରୂପ ଭାବେ ଇଞ୍ଜିନିୟରିଂ ୟୁନିଟ୍ ଉପରେ ଚାପ ପକାଉଥିବାରୁ, କଥା କୁଆଡ଼େ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏପରିକି ପ୍ରତି ମାସରେ ଏତେ ପରିମାଣର ପାଣ୍ଠି ବାହାର କରିବାକୁ ନେଇ ଅକ୍ଷମତା ପ୍ରକାଶ କରି ଏକ ପ୍ରମୁଖ ବିଭାଗର ମୁଖ୍ୟଯନ୍ତ୍ରୀ ପାହ୍ୟାର ଜଣେ ଅଧିକାରୀ କୁଆଡ଼େ ସରକାରୀ ଆକ୍ରୋଶର ଶିକାର ହୋଇଛନ୍ତି। ତାଙ୍କୁ ଅପାରଗ ଦର୍ଶାଇ ସେହି ବିଭାଗରେ ଅପେକ୍ଷାକୃତ କମ୍ ଗୁରୁତ୍ୱ ବହନ କରୁଥିବା କାର୍ଯ୍ୟ ତୁଲାଇବାକୁ ଦିଆଯାଇଛି।
ଚର୍ଚ୍ଚା ହେଉଛି, ବିଜେଡି ପାଇଁ ପାଣ୍ଠି ସଂଗ୍ରହର ଦାୟିତ୍ୱ ନେଇଥିବା ଜଣେ ଆଇଏଏସ୍ ଅଫିସର କୁଆଡ଼େ ନିୟମିତ ଭାବେ କିଛି ଅଫିସରଙ୍କୁ ଏଥିପାଇଁ ତାଗିଦ୍ କରିବାକୁ ପଛାଉ ନାହାନ୍ତି। ଏପରିକି ରାଜକୋଷକୁ ଲୁଟି ଆଖିବୁଜା ପାଣ୍ଠି ସଂଗ୍ରହ କରୁଥିବା ତଥା କାଗଜପତ୍ରରେ କଳାକୁ ଧଳା କରିବାର କୌଣସି ପ୍ରମାଣ ଛାଡ଼ୁ ନଥିବା ସମ୍ପୃକ୍ତ ଅଫିସରମାନଙ୍କୁ କୁଆଡ଼େ ଏହି ପ୍ରଭାବଶାଳୀ ଆଇଏଏସ୍ ଅଫିସର୍‌ଙ୍କ ସାବାସି ମିଳୁଛି। ଶୁଣିବାକୁ ମିଳୁଛି, ସାମାନ୍ୟ ବର୍ଷାରେ ଜଳମଗ୍ନ ହେଉଥିବା ଭୁବନେଶ୍ୱର ସହରର ଇଞ୍ଜିନିୟରିଂ ଡିଭିଜନରେ ଜଣେ କରିତ୍‌କର୍ମା ଇଞ୍ଜିନିୟର ରହିଛନ୍ତି। ସେ କୁଆଡ଼େ ପ୍ରତିମାସରେ ମୋଟା ଅଙ୍କର ପାଣ୍ଠି ସଂଗ୍ରହ କରି ନିୟମିତ ଭାବେ ଜଣେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ମାଧ୍ୟମରେ ସମ୍ପୃକ୍ତ ଆଇଏଏସଙ୍କୁ  ଦେଉଥିବାରୁ ତାଙ୍କୁ ଦୁହାଁଳିଆ ପଦବୀଗୁଡ଼ିକ ଦିଆଯାଇଛି। ସେ କୁଆଡ଼େ ଚାକିରି ଆରମ୍ଭରୁ ଭୁବନେଶ୍ୱରରେ ରହିଛନ୍ତି ଓ ଗତ ୧୮ ବର୍ଷ ମଧ୍ୟରେ ତାଙ୍କର ମାତ୍ର ଥରୁଟିଏ ୪ ମାସ ପାଇଁ ପୁରୀ ବଦଳି ହୋଇଥିଲା। ମାତ୍ର ଏହି ଆଇଏଏସ୍‌ଙ୍କ ନିର୍ଦ୍ଦେଶରେ ପୁଣିଥରେ ତାଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଥିଲା। ଚର୍ଚ୍ଚା ହେଉଛି, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଆଦି ଉପରେ କୁଆଡ଼େ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଡ଼ର ଦାୟିତ୍ୱ ରହୁଛି। ଏହି ପାଣ୍ଠିକୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦଳର ବିଧାୟକ ଓ ନେତାମାନଙ୍କୁ ବଣ୍ଟନ କରାଯାଉଛି। ବିଜେଡି ଏବେ ଯେକୌଣସି କାର୍ଯ୍ୟକ୍ରମ କରୁଛି, ସେଥିପାଇଁ ନିଜର ନେତାମାନଙ୍କୁ ହିଁ ବଡ଼ପରିମାଣର ଅର୍ଥ ଦେଉଥିବା ଚର୍ଚ୍ଚା।


from OdishaReporter https://ift.tt/2LHfn08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages