
ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଜୁନିଅର ଏସିଆନ୍ ଚାମ୍ପିୟନଶିପ୍ ରେସଲିଂରେ ଭାରତ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ସଚିନ୍ ରାଠୀ ଓ ଦୀପକ ପୁନିଆ ଭାରତ ପାଇଁ ଏହି ପଦକ ଜିତିଛନ୍ତି। ୭୪ କେଜି ଫ୍ରି ଷ୍ଟାଇଲ୍ ବର୍ଗରେ ସଚିନ୍ ରାଠୀ ମଙ୍ଗୋଲିଆର ଇରଡେନ୍ ବାୟାମବାସୁରେନ୍ଙ୍କୁ ପରାସ୍ତ କରିଛନ୍ତି। ସଚିନ୍ ସେମିଫାଇନାଲ୍ରେ ଇରାନ୍ର ଅଲ୍ଲୀ ବାଖତିଆରଙ୍କୁ ପରାସ୍ତ କରିଥିଲେ। ସେ କ୍ୱର୍ଟର ଫାଇନାଲ୍ରେ କାଜଖସ୍ତାନର ବେକଜାହାନଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ଦୀପକ ପୁନିଆ୮୬ କେଜି ବର୍ଗରେ ତୁର୍କିମେନିସ୍ତାନର ଅଜାତ୍ ଗାଜେୟଭଙ୍କୁ ସିଧାସଳଖ ୧୦-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେମି ଫାଇନାଲ୍ରେ ଦୀପକ ଜାପାନର କାଇରି ୟାଗିଙ୍କୁ ୧୬-୬ରେ ହରାଇଥିବା ବେଳେ କ୍ୱାର୍ଟର ଫାଇନାଲ୍ରେ କାଜଖସ୍ତାନର ଡାନିୟର ମେଲଡ୍ବେକ୍ଙ୍କୁ ୧୧-୦ରେ ହରାଇଥିଲେ।
ଦୀପକ ଓ ସଚିନ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟ ୩ ଜଣ ରେସଲର ଜୁନିଅର ଏସିଆନ୍ ଚାମ୍ପିୟନଶିପ୍ରେ ରୌପ୍ୟ ପଦକ ଜିତିଛନ୍ତି। ୫୭ କେଜି ବର୍ଗରେ ନବୀନ, ୭୦ କେଜି ବର୍ଗରେ ବିଶାଲ୍ କଲିରମଣ ଓ ୭୯ କେଜି ବର୍ଗରେ ସଚିନ୍ ଗିରି ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସେହିପରି ୧୨୪ କେଜି ବର୍ଗରେ ମୋହିତ, ୬୧ କେଜି ବର୍ଗରେ ସୁରଜ ରାଜକୁମାର ଓ ୬୫ କେଜି ବର୍ଗରେ କରନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।
from OdishaReporter https://ift.tt/2zZRfRX

No comments:
Post a Comment