ନନ୍ଦନକାନନ ହାଲ୍‌ ବେହାଲା: ଶୁଭୁନି ମହାବଳର ଗର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ନନ୍ଦନକାନନ ହାଲ୍‌ ବେହାଲା: ଶୁଭୁନି ମହାବଳର ଗର୍ଜନ

nandankanan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ପୂରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଏଥିରୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବାଦ୍‌ ପଡ଼ିବ ବା କେମିତି? ଲଗାଣ ବର୍ଷାରେ ନନ୍ଦନକାନନରେ ନାହିଁ ନଥିବା ପରିସ୍ଥିତି। ବିଭିନ୍ନ ଏନ୍‌କ୍ଲୋଜର୍‌ରେ ପାଣି ପଶିଯାଇଛି। ଜୀବଜନ୍ତୁଙ୍କୁ ବୁଲିବାକୁ ବି ଜାଗା ଟିକେ ମିଳୁନାହିଁ। ବଟାନିକାଲ୍‌ ଗାର୍ଡେନ୍‌କୁ ଯିବା ରାସ୍ତା ବୁଡ଼ିଯାଇଛି। ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। କାଞ୍ଜିଆ ହ୍ରଦରେ ବଢ଼ିବାରେ ଲାଗିଛି ଜଳସ୍ତର। ଏପରି ସ୍ଥିତିରେ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।

nandankananଲଗାଣ ବର୍ଷା କାରଣରୁ କେଉଁଠି ପାଚେରୀ ଭାଙ୍ଗି ଯାଇଛି ତ ଆଉ କେଉଁଠି ଏନ୍‌କ୍ଲୋଜର୍‌ରେ ପାଣି ପଶିଯାଇଛି। ଜଳ ନିଷ୍କାସନ ହୋଇ ନ ପାରି କାଞ୍ଜିଆ ହ୍ରଦର ଜଳସ୍ତର ବଢ଼ିବାରୁ ପ୍ରାଣୀ ଉଦ୍ୟାନ ସହ ବଟାନିକାଲ୍ ଗାର୍ଡେନ୍‌କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବୁଲାବୁଲି ପାଇଁ ଜାଗା ନପାଇ ଗୁମ୍ ହୋଇ ଶୋଇଛନ୍ତି ମହାବଳ। ଚୁପ୍‌ଚାପ ପଡ଼ି ରହିଛନ୍ତି ଏମୁ ଓ ଅନ୍ୟାନ୍ୟ ପକ୍ଷୀ।

nandankananବାଘ ଏନ୍‌କ୍ଲୋଜର ଭିତରୁ ପମ୍ପ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ଏପଟେ ନନ୍ଦନକାନନରେ ଜଳସ୍ତର ବଢ଼ିବାରୁ ବିନ୍ଦାସ୍‌ ବୁଲୁଛନ୍ତି ଜଳହସ୍ତୀ। ସେମାନେ ରହୁଥିବା ଜଳାଶୟ କାଞ୍ଜିଆ ହ୍ରଦରେ ମିଶିବାକୁ ବସିଲାଣି। କାଞ୍ଜିଆକୁ ଲାଗି ବୋଟିଂ ପାଇଁ ଥିବା ଟିକେଟ୍ ଘରେ ପାଣି ପଶିଥିବାରୁ ବୋଟିଂ ବ୍ୟବସ୍ଥା ବି ବନ୍ଦ ରଖାଯାଇଛି। ସଫାରୀ ଭିତରେ କଚ୍ଚା ରାସ୍ତା ଧସିଥିବାରୁ ତାକୁ ବି ବନ୍ଦ ରଖାଯାଇଛି। ପାଣିରେ ପଶି ବଟାନିକାଲ୍ ଗାର୍ଡେନ୍‌କୁ ଯିବା ସମ୍ଭବ ହେଉନାହିଁ।

nandankananସୂଚନାଯୋଗ୍ୟ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଥିବା କାଞ୍ଜିଆ ହ୍ରଦ, ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖ ସାଜିଛି। ହ୍ରଦରୁ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ସେଥିରେ ଜଳସ୍ତର ବଢ଼ି ପ୍ରାଣୀ ଉଦ୍ୟାନର ତଳି ଅଞ୍ଚଳକୁ ବୁଡ଼ାଇ ସାରିଲାଣି।

ଅନ୍ୟପକ୍ଷରେ ଏ ବର୍ଷା ଯୋଗୁ ଜୀବଜନ୍ତୁଙ୍କ ପାଇଁ ସେଭଳି କୌଣସି ସମସ୍ୟା ନାହିଁ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି।



from OdishaReporter https://ift.tt/2zZPhkx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages