ଧୋନିଙ୍କ ନାଁରେ ପୁଣି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଧୋନିଙ୍କ ନାଁରେ ପୁଣି ରେକର୍ଡ

dhoni

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ହାରିଯାଇଛି। ତେବେ ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ୱିକେଟ୍ କିପର୍‌ ମହେନ୍ଦ୍ର ସିଂ ଧୋନିଙ୍କ ନାଁରେ କିଛି ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି। ୩୦୦ଟି କ୍ୟାଚ୍ ନେବାରେ ସେ ପ୍ରଥମ ଭାରତୀୟ ୱିକେଟ୍ କିପର୍ ହେବାର ଗୌରବ ଅର୍ଜନ କରିଛନ୍ତି। ଗତକାଲି ମ୍ୟାଚ୍‌ରେ ଦୁଇଟି କ୍ୟାଚ୍ ନେଇ ସେ ଏହି ଗୌରବର ଅଧିକାରୀ ହୋଇଛନ୍ତି। ସେହିପରି ଦିନିକିଆରେ ୩୦୦ କ୍ୟାଚ୍ ନେବାରେ ସେ ହୋଇଯାଇଛନ୍ତି ବିଶ୍ୱର ଚତୁର୍ଥ ୱିକେଟ୍ କିପର୍। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଆଦାମ୍ ଗିଲ୍‌କ୍ରିଷ୍ଟ୍‌ (୪୧୭), ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର୍ (୪୦୨) ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୩୮୩) ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରି ସାରିଥିଲେ।

d1

ଏହା ସହିତ ଗତକାଲି ଧୋନି ୩୭ ରନ୍ କରି ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିଛନ୍ତି। ଚତୁର୍ଥ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଭାବେ ସେ ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୧୮,୪୨୬), ସୌରଭ ଗାଙ୍ଗୁଲି (୧୧,୩୬୩) ଓ ରାହୁଲ ଦ୍ରାବିଡ଼ (୧୦,୮୮୯) ଏହି ତାଲିକାରେ ଥିଲେ।   ସେହିଭଳି ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ପରେ ବିଶ୍ୱର ଦ୍ୱିତୀୟ ୱିକେଟ୍ କିପର୍ ଭାବେ ସେ ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିଛନ୍ତି।

ଟ୍ୱେଣ୍ଟି-୨୦ରେ ଇତିହାସ

ଇଂଲଣ୍ଡ ଗସ୍ତ ବେଳେ ଖେଳା ଯାଇଥିବା ଟ୍ୱେଣ୍ଟି-୨୦ ସିରିଜ୍‌ରେ ଷ୍ଟମ୍ପ୍‌ ପଛରେ ଧୋନି ବିଶ୍ୱ ରେକର୍ଡ କରିଛନ୍ତି। ପ୍ରଥମ ୱିକେଟ୍‌ କିପର୍‌ ଭାବେ ସେ ଏହି ଫର୍ମାଟ୍‌ରେ ୫୦ଟି କ୍ୟାଚ୍‌ ଧରିବାର ଗୌରବ ଅର୍ଜନ କରିଛନ୍ତି।

ପୂର୍ବରୁ ଦିନିକିଆରେ ଷ୍ଟମ୍ପ୍‌ ଆଉଟ୍‌ କରିବାରେ ଧୋନି ବିଶ୍ୱ ରେକର୍ଡ କରିଥିଲେ। ଦିନିକିଆରେ ସେ ସର୍ବାଧିକ ୧୦୭ ଥର ଷ୍ଟମ୍ପ୍‌ ଆଉଟ୍‌ କରିଛନ୍ତି। ତାଙ୍କ ପଛକୁ ରହିଛନ୍ତି କୁମାର ସାଙ୍ଗାକାରା। ସେ ୯୯ ଥର ଷ୍ଟମ୍ପ୍‌ ଆଉଟ୍‌ କରିଛନ୍ତି।



from OdishaReporter https://ift.tt/2L7PJ4l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages