କ’ଣ ସେହି ନଜର ଦୋଷ, ଆସନ୍ତୁ ଜାଣିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

କ’ଣ ସେହି ନଜର ଦୋଷ, ଆସନ୍ତୁ ଜାଣିବା

eye

ସାରା ବିଶ୍ୱରେ ୩ଟି ଶକ୍ତି କାମ କରିଥାଏ। ସେଗୁଡ଼ିକ ହେଉଛି ସକାରାତ୍ମକ, ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି  ଆମର ଚିନ୍ତା, ବ୍ୟବହାର ଓ ଅଭ୍ୟାସ ଏବଂ ଶଦ୍ଦରେ ତିଆରି ହୋଇଥାଏ। ସାଧାରଣତଃ ଆମ ଶରୀର ଓ ଆମେ ରହୁଥିବା ଘରେ ସକାରାତ୍ମକ ଶକ୍ତି ରହିଥାଏ। ଯେତେବେଳେ କୌଣସି ବ୍ୟକ୍ତିର ଚିନ୍ତା, ସ୍ୱଭାବ ଓ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ, ତାହାକୁ ଆମେ ‘ଖରାପ ନଜର’ ବୋଲି କହିଥାଉ। ନଜର ଲାଗିବା ଦ୍ୱାରା ଆମର ସ୍ୱାସ୍ଥ୍ୟ, ଚିନ୍ତା ଓ ପ୍ରଗତି ଉପରେ କିଛି ସମୟ ପାଇଁ ପ୍ରଭାବ ପଡ଼ିଥାଏ ବୋଲି ଆମର ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା  ନଜର ଦୋଷ ପଡ଼ିଲେ କେଉଁ ସବୁ ସମସ୍ୟା ଦେଖା ଦେଇଥାଏ।

ଘର ଉପରେ ନଜର ଦୋଷ ରହିଲେ କ’ଣ ହୁଏ?

୧- ଘର ଉପରେ ଖରାପ ନଜର ରହିଲେ ବିନା କାରଣରେ ନାନା ପ୍ରକାର ସମସ୍ୟା ଦେଖାଦିଏ।

୨- ପରିବାରର ଲୋକଙ୍କ ମଧ୍ୟରେ ବାଦ-ବିବାଦ ଦେଖାଦେଇଥାଏ।

୩- ପରିବାର ସଦସ୍ୟ ଅସୁସ୍ଥ ହୋଇପଡ଼ିନ୍ତି। ଫଳରେ ଚିକିତ୍ସା ଓ ଔଷଧ ବାବଦକୁ ଖର୍ଚ୍ଚ ବଢ଼ିଥାଏ।

୪- ବ୍ୟବସାୟରେ କ୍ଷତି ହୋଇଥାଏ।

home

ଏଥିରୁ ମୁକ୍ତି ପାଇବାର ଉପାୟ

୧- ଘରେ ଅଯଥା ଅଳିଆ ଆବର୍ଜନା ରଖନ୍ତୁ ନାହିଁ।

୨- ଠାକୁର ଘରେ ସକାଳ ଓ ସନ୍ଧ୍ୟାରେ ଦୀପ ଜଳାନ୍ତୁ।

୩- ସକାଳେ ଶୀଘ୍ର ଉଠନ୍ତୁ। ସନ୍ଧ୍ୟାରେ ଘରେ ଗୁଗୁଳ ଓ ଚନ୍ଦନ ଧୂପ ଜଳାନ୍ତୁ।

୪- ଘରର ସମସ୍ତ କୋଠରୀର କବାଟ ଉପରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାନ୍ତୁ।

୫-  ସପ୍ତାହର ଗୋଟିଏ ଦିନ ଘରେ ଭଜନ ଓ କୀର୍ତ୍ତନ କରନ୍ତୁ।

ବ୍ୟବସାୟରେ ନଜର ଦୋଷ ରହିଲେ କେଉଁ ସମସ୍ୟା ଦେଖାଦିଏ?

୧-ଯଦି କର୍ମ କ୍ଷେତ୍ରରେ କାହାର ଖରାପ ନଜର ପଡ଼େ, ତା’ହେଲେ ଚାକିରିରେ ସ୍ଥାୟିତ୍ୱ ରହେ ନାହିଁ।

୨- ବ୍ୟବସାୟରେ ନଜର ଦୋଷ ରହିଲେ କ୍ଷତି ସହିବାକୁ  ପଡ଼ିଥାଏ।

୩- ବ୍ୟବସାୟରେ ଲାଗିଥିବା ଧନ ଆଉ ମିଳିନଥାଏ।

ନଜର ଦୋଷ ରହିଲେ ଜଣେ ବ୍ୟକ୍ତି ଉପରେ କ’ଣ ପ୍ରଭାବ ପଡ଼େ?

୧- ଶରୀର ଅସୁସ୍ଥ ରହେ।

୨- ବିନା କାରଣରେ ମନରେ ଅଶାନ୍ତି ସୃଷ୍ଟି ହୁଏ।

୩- ବେଳେ ବେଳେ ପାରିବାରିକ ସମ୍ପର୍କ ମଧ୍ୟରେ ଫାଟ ଦେଖାଦିଏ।

ନଜର ଦୋଷରୁ ବଞ୍ଚିବାର ଉପାୟ

୧- ନଜର ଦୋଷରୁ ସବୁବେଳେ ରକ୍ଷା ପାଇବାକୁ ହେଲେ ମଥାରେ ସୁଗନ୍ଧି ଚନ୍ଦନ  ଟିପା ଲଗାନ୍ତୁ।

୨- ଘରୁ ବାହାରିବା ସମୟରେ ଗୁଡ଼ ଖାଇ ଯାଆନ୍ତୁ।



from OdishaReporter https://ift.tt/2Le0S3E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages