ଇଂଲଣ୍ଡଠାରୁ ହାରିଗଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଇଂଲଣ୍ଡଠାରୁ ହାରିଗଲା ଭାରତ

india

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୮୬ ରନ୍‌ରେ ହାରି ଯାଇଛି। ଲର୍ଡସ୍ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ୩୨୨ ରନ୍ କରିଥିବା ବେଳେ ଭାରତୀୟ ଦଳ ୨୩୬ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ସହିତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ଶୃଙ୍ଖଳାକୁ ଇଂଲଣ୍ଡ ୧-୧ ସ୍ଥିତିକୁ ନେଇ ଆସିଛି। ପ୍ରଥମ ମ୍ୟାଚ୍ ଭାରତ ଜିତି ଥିଲା।

ଶନିବାର ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଜାସନ୍ ରଏ ଓ ଜନି ବେୟାରଷ୍ଟୋ ଲମ୍ବା ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଜାସନ୍ ୪୦ ରନ୍ କରି ଆଉଟ୍ ହୋଇଥିବା ବେଳେ ବେୟାରଷ୍ଟୋ ୩୮ ରନ୍‌ କରି ଥିଲେ। ତେବେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ରୁଟ୍ ଝଡ଼ ସୃଷ୍ଟି କରିଥିଲେ। ତାଙ୍କ ଶତକ ଭାରତ ପାଇଁ କାଳ ହେଲା। ସେ ୧୧୬ଟି ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୩ ରନ୍ କରିଥିଲେ। ସେହିଭଳି ଇଂଲଣ୍ଡ ପାଳିର ଅନ୍ୟତମ ଆକର୍ଷଣ ପାଲଟି ଥିଲେ ଡେଭିଡ୍ ୱିଲି। ସେ ୩୧ଟି ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନ୍ କରିଥିଲେ ଓ ନଟ୍‌ ଆଉଟ୍ ରହିଥିଲେ। ଇଂଲଣ୍ଡର ଅଧିନାୟକ ୫୩ ରନ୍ କରିଥିଲେ। ଦଳ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୨୨୩ ରନ୍ କରିଥିଲା। ଭାରତ ପକ୍ଷରୁ କୁଲ୍‌ଦୀପ୍‌ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ଚହଲ, ଉମେଶ ଯାଦବ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୩୨୩ ରନ୍‌ର ବିଜୟ ଲକ୍ଷ୍ୟ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଟିମ୍‌ରୁ ଜଣେ ବି ଖେଳାଳି କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ କି ଲମ୍ବା ଇନିଂସ୍ ଖେଳି ପାରି ନ ଥିଲେ। ପ୍ରଥମ ମ୍ୟାଚ୍‌ରେ ଶତକ ମାରି ଥିବା ରୋହିତ ଶର୍ମା ଗତକାଲି ମାତ୍ର ୧୫ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଶିଖର ଧାୱନ୍ ୩୬ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୫ ରନ୍ କରିଥିଲେ। ଲୋକେଶ୍ ରାହୁଲ୍ ଖାତା ଖୋଲି ପାରି ନ ଥିଲେ। ସୁରେଶ ରୈନା ଦଳ ପକ୍ଷରୁ ସର୍ବାଧିକ ୪୬ ରନ୍ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୩୭ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଲିଅମ ପ୍ଳଙ୍କେଟ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଆଦିଲ୍ ରଶିଦ୍ ୨ଟି ଓ ଡେଭିଡ୍‌ ୱିଲି ୨ଟି ୱିକେଟ୍ ନେଇଥିଲେ।

ଦିନିକିଆ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଦିନ ଖେଳା ଯିବ। ତା’ପରେ ଅଗଷ୍ଟ ୧ ତାରିଖରୁ ଦୁଇ ଟିମ୍ ମଧ୍ୟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ।



from OdishaReporter https://ift.tt/2KWjC8p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages