
ବାରିପଦା/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥ ଟଣା ଯିବ। ଅପରାହ୍ନରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣାଯିବ। ତେବେ ପରମ୍ପରା ଅନୁସାରେ ଆସନ୍ତାକାଲି ଟଣାଯିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଏଠାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ହିଁ ଟାଣିବାର ପରମ୍ପରା ରହିଛି।
ଗତକାଲି ଦିଅଁଙ୍କ ପହଣ୍ଡି ବିଜେ ଓ ଛେରାପହଁରା ହୋଇ ସାରିଛି। ତିନି ଠାକୁର ରଥାରୂଢ଼ ହୋଇଛନ୍ତି। ରଥ ଉପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ସେହିପରି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରଭୁ ବଳଦେବଜୀଉଙ୍କ ପୀଠରେ ବ୍ରହ୍ମତାଳଧ୍ୱଜ ରଥକୁ ଆଜି ଟଣାଯିବ। ପରମ୍ପରା ଅନୁସାରେ ଗତକାଲି ରଥକୁ କିଛି ବାଟ ଟଣା ଯାଇଥିଲା। ଆଜି ପୁଣି ରଥ ଟଣା ଯାଇ ସନ୍ଧ୍ୟା ସୁଦ୍ଧା ମାଉସୀମା’ ମନ୍ଦିର ନିକଟରେ ଚକଡ଼ା ଲାଗିବ। ୧୪ ଚକ ବିଶିଷ୍ଟ ବ୍ରହ୍ମତାଳଧ୍ୱଜ ରଥର ଉଚ୍ଚ ୬୫ ଫୁଟ୍। ଏଠାରେ ୧,୨୨୩ ଖଣ୍ଡ କାଠରେ ରଥ ତିଆରି ହୋଇଥାଏ।
from OdishaReporter https://ift.tt/2KUvJms
No comments:
Post a Comment