ରାତିରେ ବୁଲି ବିକାଶ କାର୍ଯ୍ୟ ତଦାରଖ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ରାତିରେ ବୁଲି ବିକାଶ କାର୍ଯ୍ୟ ତଦାରଖ କଲେ ପ୍ରଧାନମନ୍ତ୍ରୀ

modi

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଗତକାଲି ପ୍ରଥମ ଦିନରେ ସେ ଆଜମଗଡ଼ ଯାଇଥିଲେ। ପରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଯାଇଥିଲେ। ରାତିରେ ସେ ବାରାଣସୀରେ ଏକ ଗେଷ୍ଟ୍ ହାଉସ୍‌ରେ ରହିଥିଲେ। ତେବେ ରାତିରେ ହଠାତ୍ ସେ ତାଙ୍କ ଗାଡ଼ିରେ ବସି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ପରିସରରେ ପହଞ୍ଚିଥିଲେ। ସେଠାରେ ସେ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ଥିଲେ।

ତା’ପରେ ମୋଦି ସହରର ବିଭିନ୍ନ ସ୍ଥାନକୁ ଯାଇଥିଲେ ଓ ବିଭିନ୍ନ ଉନ୍ନୟନମୂଳକ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଥିଲେ।

ପ୍ରଧାନମନ୍ତ୍ରୀ ଲଙ୍କା, ଗୁରୁଧାମ, ରବିନ୍ଦ୍ରପୁରୀ, ଭେଲୁପୁର, ମଦନପୂରା, ଗୋଦୌଲିଆ, ଚୌକ୍‌, ମୈଦାଗିନ୍‌, ଲହୁରାବୀର, ଅନ୍ଧାରପୁଲ୍‌, ଆମ୍ବେଦକର ଚୌରାହା, ସର୍କିଟ୍‌ହାଉସ୍‌, ନଦେସର, କ୍ୟାଣ୍ଟ୍‌ ରେଲୱେ ଷ୍ଟେସନ୍‌, ଲହରତାରା ଆଦି ଅଞ୍ଚଳକୁ ଗସ୍ତ କରି ପୁଣି ଗେଷ୍ଟ୍‌ ହାଉସ୍‌କୁ ଫେରି ଆସିଥିଲେ। ପ୍ରାୟ ୧ ଘଣ୍ଟା ଧରି ସେ ସହର ଭିତରେ ବୁଲି ଥିଲେ।



from OdishaReporter https://ift.tt/2KZZjY5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages