
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଇଗ୍ରେନ୍ ରୋଗୀମାନଙ୍କ ପାଇଁ ଏହି ଖବର ଚିନ୍ତାର ବିଷୟ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି ସେମାନଙ୍କର ଶୁଣିବାର ଶକ୍ତି କ୍ଷୀଣ ହୋଇଥାଏ ଏବଂ ସେମାନେ ବଧିର ମଧ୍ୟ ହୋଇଯାଇପାରନ୍ତି। ସେମାନଙ୍କର କାନ ଭିତରେ ଶବ୍ଦ ହେବାର ସମସ୍ୟା ଦେଖା ଯାଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଏହାର କାରଣ
ମାଇଗ୍ରେନ୍ ସମସ୍ୟା ଥିବା ୧,୦୫୬ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହା ବ୍ୟତୀତ ଏହି ଗବେଷଣାରେ ମାଇଗ୍ରେନ୍ ସମସ୍ୟା ନ ଥିବା ୪,୨୨୪ ଜଣ ଲୋକଙ୍କୁ ମଧ୍ୟ ନିଆଯାଇଥିଲା। ଏଥିରୁ ଦେଖିବାକୁ ମିଳିଥିଲା ଯେ ମାଇଗ୍ରେନ୍ ରୋଗୀଙ୍କର ଅନ୍ୟ ମାନଙ୍କଠାରୁ ୧୨.୨ ପ୍ରତିଶତରୁ ଅଧିକ କାନ ବା ଶୁଣିବାର ସମସ୍ୟା ରହିଛି। ଗବେଷକମାନେ ଜାଣିବାକୁ ପାଇଥିଲେ, କାନର ତନ୍ତ୍ରିକା ଖରାପ ହେବା ମାଇଗ୍ରେନ୍ ଯୋଗୁ ହିଁ ହୋଇଥାଏ। ବିଶେଷ କରି ଏହି ରୋଗୀଙ୍କର କାନରେ ଅଦ୍ଭୁତ ଶବ୍ଦ ଶୁଭିବାର ହେବାର ଅଧିକ ସମ୍ଭାବନା ଥାଏ। କାନର ତନ୍ତ୍ରିକା ଖରାପ ହେବା କାରଣରୁ କାନ ଭିତର ମଧ୍ୟ ପ୍ରଭାବିତ ହୋଇଥାଏ। କାନର ସେହି ଜାଗାରେ ଠଣ୍ଠଣ୍ ଶଦ୍ଦ ହୋଇଥାଏ। ଏହାକୁ ‘ସେନ୍ସୋରୁଲାର୍ ହିଅରିଂ ଇମ୍ପ୍ୟାୟାର୍ମେଣ୍ଟ୍’ (Sensoryular Hearing Impairment) କୁହାଯାଏ। ଏଥିଯୋଗୁ ଅଚାନକ ସମ୍ପୃକ୍ତ ବ୍ୟକ୍ତିଙ୍କ କାନରେ ବଧିର ସମସ୍ୟା ସୃଷ୍ଟି ହୋଇଥାଏ। ଏହି ତଥ୍ୟ ‘ଜାମା ଅଟୋରିଙ୍ଗୋଲଜି ଜର୍ଣ୍ଣାଲ୍’ରେ ପ୍ରକାଶ ପାଇଛି।
from OdishaReporter https://ift.tt/2uyFI68
No comments:
Post a Comment