ଗୋଟିଏ ସ୍ପୋନ୍ସର୍ଡ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ପାଇଁ ବିରାଟ୍‌ କୋହଲି ନିଅନ୍ତି ଏତିକି ଟଙ୍କା, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଗୋଟିଏ ସ୍ପୋନ୍ସର୍ଡ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ପାଇଁ ବିରାଟ୍‌ କୋହଲି ନିଅନ୍ତି ଏତିକି ଟଙ୍କା, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି?

ମୁମ୍ବାଇ: ଅନେକ ସେଲିବ୍ରିଟିଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ବେଳେ ବେଳେ ବିଜ୍ଞାପନ ସମ୍ବଳିତ ଫଟୋ ଦେଖିବାକୁ ମିଳେ। ଜାଣନ୍ତି, ଏଥିପାଇଁ ସେମାନେ ଟଙ୍କା ନିଅନ୍ତି। ଏହି ସେଲିବ୍ରିଟିଙ୍କ ମଧ୍ୟରେ ବିରାଟ କୋହଲି ବି ଅଛନ୍ତି।

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲିଙ୍କୁ ୧୭ ନମ୍ବର ସ୍ଥାନରେ ରଖିଛି ଫଟୋ ଓ ଭିଡିଓ ସେୟାରିଂ ସାଇଟ୍ ଇନ୍‌ଷ୍ଟାଗ୍ରାମ୍‌। ଏହା ସହିତ ଗୋଟିଏ ସ୍ପୋନ୍ସର୍ଡ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟକୁ ନିଜ ଆକାଉଣ୍ଟ୍‌ରେ ଶେୟାର କରିବା ପାଇଁ ସେ କେତେ ଟଙ୍କା ନିଅନ୍ତି, ସେ କଥା ବି ଇନ୍‌ଷ୍ଟାଗ୍ରାମ୍ ପକ୍ଷରୁ କୁହାଯାଇଛି।

ବିରାଟ୍‌ ତାଙ୍କର ଗୋଟିଏ ପୋଷ୍ଟ୍‌ ପାଇଁ ୮୨,୪୫,୦୦୦ ଟଙ୍କା ଚାର୍ଜ କରି ୧୭ ତମ ସ୍ଥାନରେ ଅଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆମେରିକା ଟିଭି ପର୍ସନାଲିଟି କାୟଲୀ ଜେନର। ସେ ଗୋଟିଏ ପୋଷ୍ଟ ପାଇଁ ୧୦ ଲକ୍ଷ ୟୁଏସ୍‌ ଡଲାର ନିଅନ୍ତି।

ତାଲିକାର ଦ୍ୱିତୀୟ ସ୍ଥାନରେ କଣ୍ଠଶିଳ୍ପୀ ସେଲେନା ମୋମେଜ୍‌ ଅଛନ୍ତି। ସେ ୮ ଲକ୍ଷ ଡଲାର ନିଅନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ଫୁଟ୍‌ବଲ୍‌ ଷ୍ଟାର୍‌ କ୍ରିଷ୍ଟିୟାନୋ ରୋନାଲ୍ଡୋ।  ସେ ପାଖାପାଖି ୭.୫ ଲକ୍ଷ ଡଲାର ପ୍ରତି ପୋଷ୍ଟ ପାଇଁ ନିଅନ୍ତି। ଇନ୍‌ଷ୍ଟାଗ୍ରାମ୍‌ର ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି କିମ୍‌ କରଦାସିୟାଁ। ସେ ଗୋଟିଏ ପୋଷ୍ଟ ପାଇଁ ୭.୨ ଲକ୍ଷ ଟଙ୍କା ନିଅନ୍ତି।

ଇନ୍‌ଷ୍ଟାଗ୍ରାମ୍‌ର ଧନୀ ତାଲିକାରେ ବିଏନ୍ସେ ବି ସାମିଲ୍‌ ଅଛନ୍ତି।  ସେ ବି ଇନ୍‌ଷ୍ଟାଗ୍ରାମ୍‌ର ପ୍ରତିଟି ପୋଷ୍ଟ ପାଇଁ ଲକ୍ଷ ଲକ୍ଷ ଡଲାର ଚାର୍ଜ କରନ୍ତି।

ଅନୁଷ୍କା ଭି ନିଜ ଫିଲ୍ମପାଇଁ ମୋଟା ଆକାରରେ ଫିସ୍‌ ନିଅନ୍ତି। ସେ ଏବେ ‘ଜିରୋ’ ଓ ‘ସୁଇଧାଗା’ ଶେଷ କରିସାରିଲେଣି। ଜିରୋରେ ତାଙ୍କ ସହ ଶାହାରୁଖ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଅଛନ୍ତି। ଅନ୍ୟପଟେ ସୁଇ ଧାଗାରେ ତାଙ୍କ ସହ ବରୁଣ ଧୱନ୍‌ ଅଛନ୍ତି।

 

 



from OdishaReporter https://ift.tt/2OiMx4F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages