ପ୍ରତାପ ହୋଇପାରନ୍ତି ବିଜେପି ରାଜ୍ୟ ସଭାପତି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ପ୍ରତାପ ହୋଇପାରନ୍ତି ବିଜେପି ରାଜ୍ୟ ସଭାପତି !

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାରେ ଦଳୀୟ ସଂଗଠନରେ ବଡ଼ଧରଣର ଅଦଳବଦଳ କରିବାର ସମ୍ଭାବନା ରହିଛି। ବିଶେଷକରି ସଂଘ ପରିବାର ଚାପରେ ବିଜେପି କେନ୍ଦ୍ରୀୟ ଏଭଳି ବିକଳ୍ପ ଉପରେ ଏବେ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ରାଜ୍ୟ ବିଜେପିର ନେତୃତ୍ୱ ପ୍ରତାପ ଷଡ଼ଙ୍ଗୀଙ୍କୁ ନ୍ୟସ୍ତ କରାଯାଇପାରେ  ବୋଲି ଚର୍ଚ୍ଚା।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଜାନୁଆରୀ ମାସରେ ଶେଷ ହେଉଛି। କିନ୍ତୁ ତାଙ୍କ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ଆଗେଇ ପାରୁନଥିବାରୁ ତଥା ଦଳ ଭିତରେ ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଥିବାରୁ ସଂଘ ପରିବାରର ପରାମର୍ଶରେ ତାଙ୍କୁ ବଦଳାଇବା ପାଇଁ ବିଜେପି ନେତୃତ୍ୱ ଗୁରୁତ୍ୱର ସହ ଚିନ୍ତା କରୁଥିବା ଜଣାପଡ଼ିଛି। ବିଜେପି ଜାତୀୟ ସଭାପତି ଅମିତ୍ ଶାହ ଜୁଲାଇ ୧ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ସଂଘ ପରିବାର ସହ ଭୁବନେଶ୍ୱରରେ ଏକ କବାଟକିଳା ବୈଠକ କରିଥିଲେ। ବିଜେପି ସୂତ୍ର ଅନୁସାରେ ଏହି ବୈଠକରେ ହିଁ ରାଜ୍ୟରେ ବିଜେପି ସଂଗଠନ ଠିକ୍ ଭାବେ ଚାଲିନାହିଁ ଓ ରାଜ୍ୟ ସଭାପତି ପରିବର୍ତ୍ତନ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ସଂଘ ପରିବାର ଓଡ଼ିଶାରେ ସହଯୋଗ କରିବ ନାହିଁ ବୋଲି ରୋକଠୋକ ଭାବେ ଶ୍ରୀ ଶାହଙ୍କୁ ଅବଗତ କରାଯାଇଥିଲା। ଏପରିକି ଓଡ଼ିଶା ପାଇଁ ସଂଗଠନ ସମ୍ପାଦକ ନିଯୁକ୍ତି ପାଇଥିବା ମାନସ ମହାନ୍ତି ମଧ୍ୟ ଏହି ଗସ୍ତବେଳେ ବିଜେପି ଅଧ୍ୟକ୍ଷ ଶ୍ରୀ ଶାହଙ୍କୁ ଏକ ଗୁପ୍ତ ରିପୋର୍ଟ ପ୍ରଦାନ କରିଥିଲେ ବୋଲି ସୂଚନା ମିଳିଛି।
ଦଳର ବର୍ତ୍ତମାନ ସ୍ଥିତି ଲାଗିରହିଲେ ବିଜେପି ପୁଣିଥରେ ରାଜ୍ୟରେ ତୃତୀୟ ସ୍ଥାନରେ ରହିବାକୁ ବାଧ୍ୟ ହେବ। ପଞ୍ଚାୟତ ନିର୍ବାଚନରେ ଦଳକୁ ଯେଉଁ ସଫଳତା ମିଳିଥିଲା ତାହା କଂଗ୍ରେସ ଓ ବିଜେଡି ପ୍ରତି ଲୋକଙ୍କ ବୀତସ୍ପୃହ ମନୋଭାବର ଫଳ ଥିଲା। ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପିସିସି ମୁଖିଆ ହେବାପରେ କଂଗ୍ରେସର ସ୍ଥିତି ରାଜ୍ୟରେ ଦ୍ରୁତ ଗତିରେ ସୁଧୁରିବାରେ ଲାଗିଛି। ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ବିଜେପିକୁ ରାଜ୍ୟରେ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ଅବଗତ କରାଯାଇଥିଲା।  ଯାହାର ଫଳସ୍ୱରୂପ ଶ୍ରୀ ଶାହା ଓଡ଼ିଶା ଗସ୍ତରୁ ଫେରିବାର ପ୍ରାୟ ୨୦ଦିନ ପରେ ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡକରା ହୋଇଥିଲା। ପ୍ରାୟ ୨ଦିନ ରହଣି  କାଳରେ ଶ୍ରୀ ଷଡ଼ଙ୍ଗୀ ଦଳର ଓଡ଼ିଶା ଦାୟିତ୍ୱରେ ଥିବା ଯୁଗ୍ମ ସାଧାରଣ ସମ୍ପାଦକ ସୌଦାନ ସିଂ ଓ ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ରାମଲାଲଙ୍କୁ ଭେଟି ରାଜ୍ୟର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କ ମାନସିକତା ପରଖିବା ପରେ ଏହି ଉଭୟ ନେତା ଜାତୀୟ ଅଧ୍ୟକ୍ଷ ଶ୍ରୀ ଶାହଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ଯାହା ଦାୟିତ୍ୱ ଦଳ ଦେବ ତାକୁ କରିବାକୁ ସେ ପ୍ରସ୍ତୁତ ବୋଲି ଶ୍ରୀ ଷଡ଼ଙ୍ଗୀ ଏହି ନେତାମାନଙ୍କୁ ଅବଗତ କରାଇଛନ୍ତି ବୋଲି ଜଣାପଡିଛି।
ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଦଳର ଜାତୀୟ ଅଧ୍ୟକ୍ଷଙ୍କୁ ରାଜ୍ୟର ରାଜନୀତିକ ସ୍ଥିତି ସମ୍ପର୍କରେ ସଂଘ ପରିବାର ଏକ ରିପୋର୍ଟ ଦେଇଥିଲା। ବିଶେଷକରି ନବୀନ ପଟ୍ଟନାୟକ ସରକାର ବିରୋଧରେ ବୃଦ୍ଧି ପାଉଥିବା ସରକାରୀବିରୋଧୀ ହାୱାରୁ ଫାଇଦା ନେବାକୁ ହେଲେ ରାଜ୍ୟରେ ସାଂଗଠନିକ ନବକଳେବରର ଆବଶ୍ୟକତା ରହିଛି ବୋଲି ଏଥିରେ ଦର୍ଶାଯାଇ ଥିଲା। ଦଳର ନେତାମାନଙ୍କ ମଧ୍ୟରେ ତାଳମେଳ ନଥିବା ଓ ଗୋଷ୍ଠୀକନ୍ଦଳ ବଢ଼ୁଥିବାରୁ ତୁରନ୍ତ ଜାତୀୟ ନେତୃତ୍ୱ ଏଥିପ୍ରତି ଦୃଷ୍ଟି ଦେବାକୁ ସଂଘ ପରିବାର ପରାମର୍ଶ ଦେଇଥିଲା। ରିପୋର୍ଟରେ ବିଜେପି ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଦଳ ଧାର୍ଯ୍ୟ ପରିମାଣର ବୁଥ୍ କମିଟି ଗଠନ କରିବାରେ ଏବଂ ୩୬ଟି ଯାକ ସାଂଗଠନିକ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଶକ୍ତିକେନ୍ଦ୍ର ପ୍ରମୁଖ ଓ ସହପ୍ରମୁଖ ନିଯୁକ୍ତି ଦେବାରେ ବିଫଳ ହୋଇଥିବା  ଉଲ୍ଲେଖ ରହିଥିବା ଜଣାପଡିଛି। ଦଳର କିଛି ପ୍ରମୁଖ ନେତା ଏବେ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ନଚାଲିଲେ ଆଗାମୀ ନିର୍ବାଚନରେ ବିଜେଡି ବିରୋଧୀ ହାୱାର ଫାଇଦା ବିଜେପିକୁ ମିଳିବାର ସମ୍ଭାବନା କ୍ଷୀଣ ହୋଇଯାଉଥିବାରୁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କଥା କେନ୍ଦ୍ରୀୟ ନେତୃତ୍ଵ  ଚିନ୍ତା କରୁଥିବା ଚର୍ଚ୍ଚା।


from OdishaReporter https://ift.tt/2LV2Bs0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages