ରସିକ ଚୋର, ଲୁଟି ପ୍ରେମିକାକୁ ଦେଉଥିଲା ଦାମୀ ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ରସିକ ଚୋର, ଲୁଟି ପ୍ରେମିକାକୁ ଦେଉଥିଲା ଦାମୀ ଉପହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟିର ରସିକ ଚୋର। ଚେହେରା ତା’ର ଡଉଲ ଡାଉଲ। ହିରୋ ମାର୍କା ଷ୍ଟାଇଲ୍‌। କଳାକନା ବୁଲାଇବାରେ ସିଦ୍ଧହସ୍ତ। ନାଁ ତା’ର ସଞ୍ଜୟ କୁମାର ନିଶଙ୍କ। ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଉଥିବା ଏହି ଯୁବକର କାରନାମା ଶୁଣିଲେ ଅକଲ ଗୁଡୁମ୍‌ ହୋଇଯିବ। ଲୁଟ୍‌ ଅର୍ଥରେ ଅୟସ୍‌ କରୁଥିଲା। ଆଉ ପ୍ରେମିକାକୁ ଦେଉଥିଲା ଦାମୀ ଉପହାର।

ପୂରା ଘଟଣାଟି ଏମିତି। ସଞ୍ଜୟ ନିଶଙ୍କ ଜଣେ ବିବିଏ ଛାତ୍ର। ପାଠ ପଢ଼ିବା ସହିତ ଦେଢ଼ବର୍ଷ ତଳେ ଲୁଟ୍ ଧନ୍ଦାରେ ପଶିଥିଲା। ଏଥିପାଇଁ ସେ ୨୦୦ ଟଙ୍କାରେ କୁରାଢ଼ୀ ଓ ସ୍କ୍ରୁ ଡ଼୍ରାଇଭର କିଣିଥିଲା। ପ୍ରଥମ ଉଦ୍ୟମରେ ସଫଳତା ପାଇଥିଲା। ଧୀରେ ଧୀରେ ଚୋରି ବୃତ୍ତିକୁ ଆପଣାଇ ବିଳାସମୟ ଜୀବନ ଜୀଉଁଥିଲା। ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟ ଓ ଶୋ’ ରୁମ୍‌ରୁ ଲୁଟ୍ କରି ଫେରିବା ବାଟରେ ତଦନ୍ତକୁ ବାଟବଣା କରିବା ପାଇଁ ସେ ଛାଡ଼ି ଯାଉଥିଲା ଅବ୍ୟବହୃତ ସାନିଟାରୀ ନାପ୍‌କିନ୍‌। ଯାହା ସିସିଟିଭିରେ କଏଦ ହୋଇଛି। ଆଉ ଲୁଟ୍ ସାମଗ୍ରୀକୁ ଅନ୍‌ଲାଇନ୍‌ରେ ବିକ୍ରି କରୁଥିଲେ ସଞ୍ଜୟ।

ମିଳିଥିବା ସୂଚନା ମୁତାବକ, ଏହି ସ୍ମାର୍ଟ ଲୁଟେରା ଜଣକ ଦେଢ଼ବର୍ଷ ଭିତରେ ଲୁଟିଛି ୬୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି। କେତେବେଳେ ସୁନା ଓ ରୁପା ଗହଣା ତ ଆଉ କେତେ କେବେ ସୌଖୀନ ସାମଗ୍ରୀ ଲୁଟିଛି। ତା’ଭିତରେ ରହିଛି ପ୍ରାୟ ୩୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଲ୍ୟାପ୍‌ଟପ୍, ମୋବାଇଲ୍‌, ଟିଭି, ହାତଘଣ୍ଟା, ଚଷମା, ଗ୍ରାଇଣ୍ଡର, ଶାଢ଼ୀ ଓ ବ୍ଲାଉଜ୍‌।

ବିଭିନ୍ନ ଥାନାରେ ଚୋରି ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଥିଲା ଖୋଳତାଡ଼। ଲୁଟ୍ ସମୟରେ ସଂଜୟ ଏକ ନିର୍ଦ୍ଧିଷ୍ଟ ବ୍ରାଣ୍ଡ୍‌ର ହେଲ୍‌ମେଟ୍‌ ପିନ୍ଧୁଥିଲା। କିଛି ଦିନ ତଳେ ଚୋରି କରିଥିବା ଫୋନ୍‌ରୁ ସୁରାକ୍‌ ପାଇ ପୁଲିସ ପହଞ୍ଚିଥିଲା ଏହି ହାଇଟେକ୍ ଲୁଟେରା ପାଖରେ। ସଂଞ୍ଜୟ ନାଁରେ ଗତ ଦେଢ଼ ବର୍ଷ ଭିତରେ ରାଜଧାନୀର ୬/୭ଟି ଥାନାରେ ଡଜନେ ମାମଲା ରହିଛି। କମିଶନରେଟ୍ ପୁଲିସ ପାଇଁ ସେ ଥିଲା ୱାଣ୍ଟେଡ୍‌। ତାକୁ ଗିରଫ କରିବା ପରେ ଏବେ ଆଶା କରାଯାଉଛି ତା’ର ଏହି ଲୁଟତରାଜର ନେଟ୍‌ୱାର୍କର ଚେର କେତେଦୂର ପର୍ଯ୍ୟନ୍ତ ଲମ୍ୱିଥିଲା, ସେ ସମ୍ପର୍କରେ ଆହୁରି ପର୍ଦ୍ଦାଫାସ୍ ହେବ।



from OdishaReporter https://ift.tt/2Lt0Iql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages