ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ: ବିରାଟଙ୍କ ପାଇଁ ଅଗ୍ନିପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ: ବିରାଟଙ୍କ ପାଇଁ ଅଗ୍ନିପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧ ତାରିଖ ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜ ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ। ବିଶେଷ କରି ଭାରତୀୟ ସ୍ପିନ ବିଭାଗ ଭାରତ ପାଇଁ ଚିନ୍ତାର କରାଣ ପାଲିଟିଛି। ଏସେସ୍କ ବିପକ୍ଷ ୩ଦିନିଆ ଅଭ୍ୟାସ୍ ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୩୯୫ ରନ କରିଥିଲା। ଜବାବରେ ଏସେକ୍ସ ଟିମ୍‌ ପ୍ରଥମ ଇଂନିସରେ ୩୫୯ ରନ୍‌ କରିଥିଲା। ସେହିପରି ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରି ୨ ୱିକେଟ୍‌ ବିନିମୟରେ ଭାରତ ୮୯ ରନ୍‌ କରିଥିବା ବେଳେ ପାଗ ଖରାପ ଥିବାରୁ ମ୍ୟାଚ୍ ଆଉ ଖେଳାଯାଇପାରି ନଥିଲା। ଫଳରେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା।

ଏହି ମ୍ୟାଚ୍‌ରେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧୱନ ଫ୍ଲପ୍ ହୋଇଥିଲେ। ସେ ଦୁଇଟି ଇଂନିସରେ ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ। ସେହେପରି ଚେତେଶ୍ୱର ପୂଜାର ପ୍ରଥମ ଇଂନିସରେ ୧ ରନ କରି ଆଉଟ୍ ହୋଇଥିବାବେଳେ ଦ୍ୱିତୀୟ ଇଂନିସରେ ୨୩ ରନ କରି ଆଉଟ୍‌ ହୋଇଯାଇଥିଲେ। ରାହଣେ ମଧ୍ୟ ସେମିତି କିଛି ଖାସ୍‌ କରିପାରିନଥିଲେ। ପ୍ରଥମ ଇଂନିସରେ ସେ ମାତ୍ର ୧୭ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ଦ୍ୱିତୀୟ ଇଂନିସରେ ୧୯ ରନ୍‌ରେ ଅପରାଜିତ ଥିଲେ। ଅନ୍ୟପଟେ ଯୁବ କ୍ରିକେଟର୍‌ କରୁନ ନାୟର ମଧ୍ୟ ଫ୍ଲପ୍‌ ହୋଇଥିଲେ। ସେ ମ୍ୟାଚ୍‌ରେ ମାତ୍ର ୪ ରନ କରିପାରିଥିଲେ। ଭାରତ ପାଇଁ ସବୁଠୁ ଅଧିକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ବୋଲିଂ ବିଭାଗ। ଅଭ୍ୟାସ ମ୍ୟାଚ୍‌ରେ ଉମେଶ ଯାଦବ ଓ ଇଶାନ୍ତ ଶର୍ମାଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ବୋଲର୍‌ ପ୍ରଭାବଶାଳୀ ବୋଲିଂ କରିପାରିନଥିଲେ। ଭାରତ ପାଇଁ ସବୁଠୁ ଶକ୍ତିଶାଳୀ ମନେହେଉଥିବା ସ୍ପିନ୍‌ ବିଭାଗ ଏହି ଅଭ୍ୟାସ ମ୍ୟାଚ୍‌ରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ବିଶେଷ କରି କୁଲଦୀପ ଯାଦାବ ଓ ଜାଡ଼େଜାଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍। କୁଲଦୀପ ୪ ଓଭର ବୋଲିଂ କରି ୨୪ ରନ ଖର୍ଚ୍ଚ କରିଥିବା ବେଳେ ଜାଡ଼େଜା ୨ ଓଭର୍‌ରୁ ୧୭ ରନ ବ୍ୟୟ କରିଥିଲେ। ମ୍ୟାଚ୍‌ର ଶେଷ ଆଡ଼କୁ ଅଶ୍ୱିନ ଆସି  ୫ ଓଭରରୁ ୨୧ ରନ ଖର୍ଚ୍ଚ କରିଥିଲେ। ଏହି ମ୍ୟାଚ୍‌ରେ କୌଣସି ସ୍ପିନର୍‌ଙ୍କୁ ୱିକେଟ୍‌ ମିଳିନଥିଲା। ସଫଳ ବୋଲର୍ ଭାବେ ଉମେଶ ଯାଦବ ୧୮ ଓଭର୍‌ ବୋଲିଂ କରି ୩୫ ରନ ଦେଇ ୪ଟି ୱିକେଟ୍‌ ହାସଲ କରିଥିବା ବେଳେ ଇଶାନ୍ତ ୩ଟି ଓ ଶର୍ଦ୍ଦୁଳ ଠାକୁର ଗୋଟିଏ ୱିକେଟ୍‌ ହାସଲ କରିଥିଲେ।



from OdishaReporter https://ift.tt/2vdoXOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages