ହେ ମାଆ, ଭଲ ବର୍ଷା ଟିକିଏ ଦେ, ଭଲ ଫସଲ ଟିକିଏ ଫଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ହେ ମାଆ, ଭଲ ବର୍ଷା ଟିକିଏ ଦେ, ଭଲ ଫସଲ ଟିକିଏ ଫଳା

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲାର ନିଆର ପର୍ବ ବୁଢ଼ିଆଈ ଯାତ୍ରା। ଏହି ପର୍ବଟି ଚାଷ ଓ ଚାଷୀର। ମା’ ବୁଢିଆଈ ଯାତ୍ରାକୁ ‘କାଦୋ ଯାତ୍ରା’ ମଧ୍ୟ କୁହାଯାଏ। ଏହାର ପରମ୍ପରା ବେଶ୍‌ ନିଆରା। ପରମ୍ପରା କହୁଛି, ଏହି ଯାତ୍ରା ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଅଗାଧୁଆ ଚାଷକାମ କରିଥାନ୍ତି। ଏପରିକି ବିଭିନ୍ନ ପ୍ରକାର ଚାଷ ସରଞ୍ଜାମକୁ ଚାଷ ଜମିରୁ ଘରକୁ ଅଣା ଯାଇ ନଥାଏ। ଯାତ୍ରା ପରେ ଚାଷୀମାନେ ଗାଧୁଆ ପାଧୁଆ କରି ଚାଷ କରିଥାନ୍ତି। ଏହି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଐତିହାସିକ ଗାଁ ଜରାସିଂହାରେ।

ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ବୁଢ଼ିଆଈ ଯାତ୍ରା ପାଳିତ ହୋଇଥାଏ। କୁହାଯାଏ ଭଲ ବର୍ଷା ଓ ଭଲ ଫସଲ ହେବା ଆଶାରେ ଚାଷୀମାନେ ଏହି ଯାତ୍ରା ପାଳନ କରିଥାନ୍ତି। ଦୂର ଦୂରାନ୍ତରରୁ ଚାଷୀ ଓ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେବା ପାଇଁ ଆସିଥାନ୍ତି। ପରମ୍ପରା ଅନୁସାରେ ନଡ଼ିଆ ଓ ଧୂପକାଠିରେ ପୂଜାର୍ଚ୍ଚନା ସରିବା ପରେ, ପାଟବୁକାକୁ ବଳି ଦିଆଯାଇଥାଏ। ଏହାପରେ ଚାଷୀମାନେ ମାଆଙ୍କ ପାଖରେ ଗୁହାରି କରନ୍ତି, ଆମକୁ ଭଲ ବର୍ଷା ଟିକିଏ ଦିଅ ଆଉ ଜମିରେ ଭଲ ଫସଲ ଫଳୁ।



from OdishaReporter https://ift.tt/2AhNiIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages