ବୋମାମାଡ଼ କରି ଉତ୍ପାତ କଲେ ମାଙ୍କଡ଼: ୩ ଆହତ, ଗାଁରେ ଭୟର ବାତାବରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ବୋମାମାଡ଼ କରି ଉତ୍ପାତ କଲେ ମାଙ୍କଡ଼: ୩ ଆହତ, ଗାଁରେ ଭୟର ବାତାବରଣ

ଲକ୍ଷ୍ନୌ: ଓଡ଼ିଆରେ ଗୋଟାଏ ଢଗ ଅଛି, ମାଙ୍କଡ଼ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ। ଅର୍ଥାତ୍‌ ମାଙ୍କଡ଼ ହାତରେ ଯଦି ଶାଳଗ୍ରାମ ପଡ଼ିଯାଏ, ତେବେ ସେ ଏହାର ମୂଲ୍ୟ ବୁଝି ନ ପାରି ତା’ର ଭୁଲ୍ ବ୍ୟବହାର କରିଥାଏ। ସେହିଭଳି ଥରେ ଭାବନ୍ତୁତ, ଯଦି ମାଙ୍କଡ଼ ହାତରେ ବୋମା ପଡ଼ିଯାଏ, ତେବେ  ଅବସ୍ଥା କ’ଣ ହେବ?

ଆଜ୍ଞା ହଁ। ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଫତେହପୁରର ପୁରୱା ଅଞ୍ଚଳରେ। ସେଠାରେ କିଛି ମାଙ୍କଡ଼ଙ୍କୁ କୌଣସି ପ୍ରକାରେ ସୂତୁଲି ବୋମା ବା ଶୂନ ଫୋଟକା ଥିବା ଏକ ବ୍ୟାଗ୍‌ ମିଳିଯାଇଥିଲା। ବାସ୍‌ ତା’ ପରେ ଆଉ ସମ୍ଭାଳେ କିଏ? ଚାଲିଲା ମାଙ୍କଡ଼ଙ୍କ ଧ୍ୱଂସଲୀଳା। ଚାରିଆଡ଼େ ଧୁମ୍‌ ଧଡ଼ାସ୍ ବୋମା ମାଡ଼ ହେଲା। ହଠାତ୍‌ ବିସ୍ଫୋରଣ ଶବ୍ଦଶୁଣି ଭୟରେ ଆବାକାବା ହୋଇଗଲେ ସ୍ଥାନୀୟ ଲୋକେ। ମାଙ୍କଡ଼ଙ୍କ ଉତ୍ପାତରେ ଗାଁ’ ଲୋକେ ଆହତ ମଧ୍ୟ ହେଲେ। ଉତ୍ପାତ ଏତେ ବଢ଼ିଲା ଯେ, ଶେଷରେ ଗାଁ ଲୋକଙ୍କୁ ପୁଲିସ୍‌ ଡାକିବାକୁ ପଡ଼ିଲା।

ଘଟଣାନୁସାରେ, ସୂତୁଲି ବୋମା ଭର୍ତ୍ତି ବ୍ୟାଗ୍‌ ମିଳିବା ପରେ ମାଙ୍କଡ଼ଦଳ ମାଙ୍କଡ଼ାମୀ ଆରମ୍ଭ କରିଦେଲେ। ବ୍ୟାଗ୍‌ଟିକୁ ଟଣା ଓଟରା କରି ଚିରାଫଡ଼ା ଆରମ୍ଭ କରିବାରୁ ବ୍ୟଗ୍‌ରୁ ଗୋଟେ ପରେ ଗୋଟେ ବୋମା ଖସିପଡ଼ି ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ଛୋଟ ପିଲାଙ୍କୁ ମିଶାଇ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଳିଆ ଗଦାରୁ ମାଙ୍କଡ଼ମାନେ ଏହି ସୂତୁଲି ବୋମା ଭର୍ତ୍ତି ବ୍ୟାଗ୍‌ଟିକୁ ପାଇଥିବେ। ଖେଳି ସାରିବା ପରେ କେହି ଏହାକୁ ଫିଙ୍ଗି ଦେଇଥିବା ପୁଲିସ୍‌ ଅନୁମାନ କରିଛି। କିନ୍ତୁ ଅଧିକାରୀମାନେ ସେହି ମାଙ୍କଡ଼ମାନଙ୍କୁ ଶୀଘ୍ର ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଫରେନ୍ସିକ୍‌ ଏକ୍ସପର୍ଟମାନେ ଘଟଣା ସ୍ଥଳରେ ପହଞ୍ଚି ବୋମାର ନମୂନା ସଂଗ୍ରହ କରିଛନ୍ତି। ମାଙ୍କଡ଼ ହାତରୁ ପଡ଼ିଥିବା ବୋମାଗୁଡ଼ିକ ସୂତୁଲି ବୋମା ଥିଲା କି ଅନ୍ୟକିଛି  ତାହା ତଦନ୍ତ କରାଯାଉଛି।

 



from OdishaReporter https://ift.tt/2JJBGxo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages