
ପାଟନା: ୨୦୧୯ରେ ଲୋକସଭା ଓ ୨୦୨୦ରେ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏସ୍ସି ଓ ଏସ୍ଟି ବର୍ଗର ସରକାରୀ କର୍ମଚାରୀଙ୍କ ପାଇଁ ଆଗୁଆ ଉପହାର ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ବର୍ଗର ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଂରକ୍ଷଣ ନିୟମ ଲାଗୁ କରି ଦେଇଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ନୀତିଶଙ୍କ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ପ୍ରକୃତ କଥା ହେଲା, ବିହାରରେ ଦଳିତଙ୍କୁ ନେଇ ଏନ୍ଡିଏ ଓ ମହାମେଣ୍ଟଗୁଡ଼ିକ ମଧ୍ୟରେ ଟଣାଓଟରା ଲାଗି ରହିଛି। ଉଭୟ ପକ୍ଷ ଦଳିତ ବର୍ଗଙ୍କୁ ଲୋଭାନ୍ୱିତ କରି ନିଜ ନିଜ ପକ୍ଷରେ ସାମିଲ୍ କରିବାକୁ ଚାହୁଁଛନ୍ତି। ଆଉ ଏହି ସମୟରେ ଦଳିତଙ୍କୁ ନୀତୀଶଙ୍କର ଏହି ଉପହାର ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି।
ମହାମେଣ୍ଟର ସବୁଠାରୁ ବଡ଼ ଚେହେରା ତେଜସ୍ୱୀ ଯାଦବ ଭଲ ଭାବେ ଜାଣିଛନ୍ତି ଯେ, ବିହାରରେ ସରକାର ଗଠନ କରିବାକୁ ହେଲେ ତାଙ୍କୁ ମୁସଲ୍ମାନ୍ଙ୍କ ସହିତ ଦଳିତଙ୍କ ଭୋଟ୍ ମଧ୍ୟ ନିହାତି ଆବଶ୍ୟକ। ଏଥିପାଇଁ ସେ ବିହାର ବଡ଼ ଦଳିତ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଁଝିଙ୍କୁ ତାଙ୍କ ଦଳରେ ସାମିଲ୍ କରାଇଛନ୍ତି। ଏଥିସହିତ ତେଜସ୍ୱୀ ଯାଦବ ଆହୁରି ମଧ୍ୟ କେତେକ ନେତାଙ୍କୁ ନିଜ ଦଳରେ ସାମିଲ୍ କରିଛନ୍ତି।
ପ୍ରକାଶ ଥାଉକି, ବିହାରରେ ମୋଟ ୧୨ ପ୍ରତିଶତ ଦଳିତ ଭୋଟ୍ ରହିଛି। ବର୍ତ୍ତମାନ ବିହାରରେ ରାଜନୈତିକ ପରିସ୍ଥିତି ଅନୁସାରେ ଦଳିତଙ୍କ ଏହି ଭୋଟ୍ କୌଣସି ବି ଦଳ ପାଇଁ ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ। ତେଣୁ ଦଳିତଙ୍କ ଭୋଟ୍ ହାତେଇବା ପାଇଁ ରାଜନୈତିକ ଦଳ ଗୁଡ଼ିକ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି।
from OdishaReporter https://ift.tt/2A1fXkO
No comments:
Post a Comment