ଚ୍ୟାଲେଞ୍ଜ୍‌ ଗ୍ରହଣ କରିଥିଲେ, କରି ଦେଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଚ୍ୟାଲେଞ୍ଜ୍‌ ଗ୍ରହଣ କରିଥିଲେ, କରି ଦେଖାଇଲେ

sanjay

ଲକ୍ଷ୍ନୌ: ବହୁ ବାଦ-ବିବାଦ ଓ ଛକାପଞ୍ଝା ପରେ ଶେଷରେ ସଞ୍ଜୟଙ୍କ ସ୍ୱପ୍ନ ସତ ହୋଇଛି। ନିଜ ଇଚ୍ଛା ମୁତାବକ ଘୋଡ଼ା ଗାଡ଼ିରେ ବସି ସେ ବାହା ହେବାକୁ ଗଲେ ଓ ଶୀତଲଙ୍କ ହାତ ଧରିଲେ। ତାଙ୍କୁ ବିରୋଧ କରୁଥିବା ଉଚ୍ଚ ଜାତିର କିଛି ଲୋକ କେବଳ ଦେଖଣାହାରୀ ସାଜିଲେ।

କିଛି ବୁଝି ପାରିଲେନି? ହଉ, ଆମେ ଏବେ କଥାଟାକୁ ବୁଝାଇ କହି ଦେଉଛୁ। ଆମେ କହୁଛୁ ଉତ୍ତର ପ୍ରଦେଶର ସଞ୍ଜୟ ଜାଟବଙ୍କ କଥା, ଯିଏ ଘୋଡ଼ା ଗାଡ଼ିରେ ବସି ବାହା ହେବାକୁ ଯିବାକୁ ଇଚ୍ଛା ପ୍ରକାଶ କରିବା ପରେ ଉଚ୍ଚଜାତିର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ତେବେ ଶେଷରେ ସେ ନିଜ ଇଚ୍ଛା ଅନୁସାରେ ଘୋଡ଼ା ଗାଡ଼ିରେ ବସି କନ୍ୟା ଘରକୁ ଗଲେ ଓ ବାହା ହେଲେ।

sanjayଗତକାଲି ସଞ୍ଜୟ ଏବଂ ଶୀତଲଙ୍କ ବିବାହ ଜାକଜମକରେ ସମ୍ପନ୍ନ ହୋଇଛି। ସଞ୍ଜୟ ବର ବେଶରେ ଘୋଡ଼ା ଗାଡ଼ିରେ ବସି ବାହା ହେବାକୁ ଯାଇଥିଲେ। ବରଯାତ୍ରୀରେ ଶହ ଶହ ଲୋକ ସାମିଲ ହୋଇଥିଲେ। ରୋଶଣିରେ କମ୍ପିଥିଲା ପୂରା ଅଞ୍ଚଳ। ବର ଓ ବରଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ବରର ଶୋଭାଯାତ୍ରା ଯିବା ବାଟରେ ୨୦୦ରୁ ଅଧିକ ପୁଲିସ୍‌ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଗାଁର ସବୁ କୋଠା ଉପରେ ସଶସ୍ତ୍ର ପୁଲିସ୍‌ କର୍ମୀ ଜଗି ରହିଥିଲେ। କୌଣସି ବରଯାତ୍ରୀ ମଦ ପିଇବେ ନାହିଁ ବୋଲି ପୁଲିସ୍‌ ସର୍ତ୍ତ ରଖିଥିଲା। ଏହାସହ ଶୋଭାଯାତ୍ରା ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ରାସ୍ତା ଦେଇ ସଞ୍ଜୟ ବିବାହ କରିବାକୁ ଯାଇଥିଲେ।। ତାଙ୍କ ବିବାହ ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସମେତ ବହୁ ନେତା ମଧ୍ୟ ସାମିଲ ହୋଇଥିଲେ। ଏଏସ୍‌ପି ଓ ଏଡିଏମ୍‌ ମଧ୍ୟ ବରଯାତ୍ରୀରେ ସାମିଲ ହୋଇଥିଲେ।

ବିବାହ ସରିଯାଇଥିଲେ ମଧ୍ୟ ଶୀତଲ ଓ ତାଙ୍କ ପରିବାର ଲୋକେ ଉଚ୍ଚ ଜାତି ଲୋକଙ୍କ ଏହି ମାନସିକତାକୁ ନେଇ ଚିନ୍ତିତ ଅଛନ୍ତି। ଭବିଷ୍ୟତରେ ଉଚ୍ଚ ଜାତିର ଲୋକେ କିଛି ଅଘଟଣ ଘଟାଇ ପାରନ୍ତି ବୋଲି ସେମାନେ ଆଶଙ୍କା କରୁଛନ୍ତି।

sanjayସଞ୍ଜୟ କହିଛନ୍ତି,“୧୦ରୁ ୧୨ ବର୍ଷ ପୂର୍ବେ ମୋ ବଡ଼ବାପାଙ୍କ ପୁଅର ବାହାଘର ଏହି ଗାଁରେ ହୋଇଥିଲା। ସେତେବେଳେ ଉଚ୍ଚଜାତିର ଲୋକେ ଘୋଡ଼ା ଗାଢ଼ିରେ ବରକୁ ଯିବାକୁ ଦେଇ ନଥିଲେ। ମୋତେ ବି ବିରୋଧ କରିଥିଲେ ଓ ଧମକ ଦେଇଥିଲେ। ହେଲେ ମୋତେ ଜିଲ୍ଲା ପ୍ରଶାସନ ବହୁତ ସହଯୋଗ କରିଛି। ମୁଁ ଘୋଡ଼ା ଗାଡ଼ି ଚଢ଼ି ରୋଶଣି କରି ବାହା ହେବାକୁ ଯାଇପାରିଲି।”

ସୂଚନାଯୋଗ୍ୟ, କାସଗଞ୍ଜ ଜିଲ୍ଲାର ନିଜାମପୁର୍ ଗାଁର ସଞ୍ଜୟ ଜାଟବଙ୍କ ବିବାହ ଶୀତଲଙ୍କ ସହ ଠିକ୍‌ ହୋଇଥିଲା। ଏପ୍ରିଲ୍‌ ୨୦ ତାରିଖରେ ସେମାନଙ୍କ ବିବାହ ହେବାର ଥିଲା।  ସଞ୍ଜୟ ଘୋଡ଼ା ଗାଡ଼ିରେ ଚଢ଼ି ବିବାହ କରିବାକୁ ଯିବାକୁ ସ୍ଥିର କରିଥିଲେ। ତେବେ ସେ ଦଳିତ ହୋଇଥିବାରୁ ଉଚ୍ଚ ଜାତିର ଲୋକେ ଏହାକୁ ଗ୍ରହଣ କରିପାରି ନ ଥିଲେ। ଫଳରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ଉଚ୍ଚଜାତିର ଲୋକେ ତାଙ୍କୁ ଘୋଡ଼ା ଗାଡ଼ିରେ ଚଢ଼ି ନ ଯିବାକୁ କହିବା ସହ ଧମକ ଦେଇଥିଲେ। ଏହାପରେ ସଞ୍ଜୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।



from OdishaReporter https://ift.tt/2LfJuf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages