
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଠକ ଚାଲିଥିବା ବେଳେ କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଭୁବନେଶ୍ୱର କଂଗ୍ରେସ ଭବନରେ ଏହି ଗଣ୍ଡଗୋଳ ହୋଇଛି। ଆଉ ଏହାକୁ ନେଇ ଭଙ୍ଗାରୁଜା ମଧ୍ୟ ହୋଇଥିବା ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର କବାଟ ଭାଙ୍ଗିବା ସହ କିଛି ପୋଷ୍ଟର ଚିରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖା ଦେଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଛି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୋଷ୍ଠୀ କନ୍ଦଳକୁ ଅସ୍ୱୀକାର କରିଛନ୍ତି।
from OdishaReporter https://ift.tt/2zHUtcC
No comments:
Post a Comment