ବଦଳି ଯିବ କି ପଶ୍ଚିମବଙ୍ଗର ନାଁ, ଜାଣନ୍ତୁ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ବଦଳି ଯିବ କି ପଶ୍ଚିମବଙ୍ଗର ନାଁ, ଜାଣନ୍ତୁ ପୂରା ଘଟଣା

କୋଲକାତା: ପଶ୍ଚିମବଙ୍ଗର ନାଁ ଖୁବ୍‌ଶୀଘ୍ର ବଦଳିବ। ଏବେ ସାରା ଦେଶରେ ଏବଂ ସବୁ ଭାଷାରେ ପଶ୍ଚିମବଙ୍ଗର ନାଁ ବଙ୍ଗଲା ରହିବ। ଏଭଳି ଏକ ବିଲ୍‌କୁ ଆଜି ରାଜ୍ୟ ବିଧାନସଭା ଅନୁମୋଦିତ କରିଛି। ତେବେ ପଶ୍ଚିମବଙ୍ଗର ନାଁ ବଙ୍ଗଲା ହେବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର। ତେଣୁ ବିଲ୍‌ ଆଜି ବିଧାନସଭାରେ ପାସ୍‌ ହେବା ପରେ ଏହାକୁ କେନ୍ଦ୍ର ନିକଟକୁ ପଠାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ନାଁକୁ ଇଂରାଜୀରେ ବେଙ୍ଗଲ ଓ ବେଙ୍ଗଲୀରେ ବଙ୍ଗଲା କରିବାକୁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏହାପରେ ରାଜ୍ୟ ସରକାର ପଶ୍ଚିମବଙ୍ଗର ନାଁ ବେଙ୍ଗଲୀରେ ବଙ୍ଗଲା, ଇଂରାଜୀରେ ବେଙ୍ଗଲ ଓ ହିନ୍ଦୀରରେ ବଙ୍ଗଲା କରିବାକୁ ଦେଇଥିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିଲେ। ଆଜି କ୍ଷମତାସୀନ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ଏସଂକ୍ରାନ୍ତ ବିଲ୍‌ ଉପସ୍ଥାପନ କରିଥିଲେ। ସେ କହିଥିଲେ, ସବୁ ଭାଷାରେ ପଶ୍ଚିମବଙ୍ଗର ନାଁ ବଙ୍ଗଲା ହେବା ଦରକାର।  ତେଣୁ ଏହି ବିଲ୍‌ ପାସ୍‌ ହେବା ଦରକାର ବୋଲି ସେ କହିଥିଲେ। ଏହାପରେ ସର୍ବସମ୍ମତିକ୍ରମେ ବିଲ୍‌ ପାସ୍‌ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୦୧ ଜାନୁଆରୀରେ ବାମଦଳ ସରକାରର ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗର ରାଜଧାନୀ କ୍ୟାଲକାଟାର ନାଁ ବଦଳାଇ କୋଲକାତା ହୋଇଥିଲା।



from OdishaReporter https://ift.tt/2A8WZZK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages