
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଏସେକ୍ସ ମଧ୍ୟରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଭଲ ଆରମ୍ଭ। ଭାରତ ପ୍ରଥମ ଇଂନିସରେ ୩୯୫ ରନ କରି ଅଲଆଉଟ୍ ହୋଇଯାଇଛି। ଭାରତ ପକ୍ଷରୁ ମୁରଲୀ ବିଜୟ, ବିରାଟ କୋହଲି, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ ଅର୍ଦ୍ଧଶତକ ହାସଲ କରିଛନ୍ତି। କାର୍ତ୍ତିକ ୯୫ ବଲ୍ରୁ ସର୍ବାଧିକ ୮୨ରନ୍ର ଇଂନିସ ଖେଳିଥିଲେ।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଏହି ଅଭ୍ୟାସ ମ୍ୟାଚ୍ରେ ଜିତି ଭାରତ ମନୋବଳ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍ର ସମୟସୀମା ଥିଲା ୪ ଦିନ। ହେଲେ ପଡ଼ିଆ ଓ ପିଚ୍ର ଅବସ୍ଥା ଭଲ ନଥିବାରୁ ଏହି ମ୍ୟାଚ୍କୁ ୪ଦିନ ବଦଳରେ ୩ଦିନ ଖେଳାଯିବାକୁ ନିଷ୍ପତି ନିଆଯାଇଥିଲା।
from OdishaReporter https://ift.tt/2mLnr22
No comments:
Post a Comment