ଆତଙ୍କୀଙ୍କ ଟାର୍ଗେଟରେ ରାଜନେତା, ପୁଲିସ୍ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଆତଙ୍କୀଙ୍କ ଟାର୍ଗେଟରେ ରାଜନେତା, ପୁଲିସ୍ ସହିଦ

ଶ୍ରୀନଗର : ଜମ୍ମୁ- କଶ୍ମୀରର ପୁଲୱାମାରେ ଜଣେ ନ୍ୟାଶନାଲ କନଫରେନ୍ସର ନେତାଙ୍କୁ ଟାର୍ଗେଟ୍‌ କରି ଆଜି ଆତଙ୍କବାଦୀମାନେ ହମ୍‌ଲା କରିଛନ୍ତି। ଉକ୍ତ ରାଜନେତାଙ୍କ ଘର ଆଗରେ ଥିବା ଆଉଟ୍‌ପୋଷ୍ଟ୍‌ ଉପରେ ପ୍ରଥମେ ଆତଙ୍କବାଦୀ ଆକ୍ରମଣ କରିବାରୁ ଜଣେ ପୁଲିସ୍‌ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆତଙ୍କୀଙ୍କ ଗୁଳିରେ ପୁଲିସ୍ କନେଷ୍ଟବଲ୍ ମୁଦାସିର ଅହମ୍ମଦଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଆତଙ୍କବାଦୀମାନେ ନ୍ୟାଶନାଲ କନଫରେନ୍ସର ନେତା ଗୁଲାମ ମୋହିଦ୍ଦିନ ମୀରଙ୍କୁ ଟାର୍ଗେଟ କରି ହମଲା କରିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଏହି ହମଲା ପଛରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ର ସହଯୋଗୀ ଆତଙ୍କୀ ସଂଗଠନ ଜାହୋର ଥୋକାର ଗ୍ରୁପ୍‌ର ହାତ ରହିଛି।  ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀମାନେ ଏହାର ଦୃଢ଼ ଜବାବ ଦେବାରୁ ଆତଙ୍କବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ପଳାଇ ଯିବା ଆଗରୁ ସେମାନେ ସହିଦ ପୁଲିସ କର୍ମଚାରୀଙ୍କ ରାଇଫଲ ଲୁଟି ନେଇଥିବା ଜଣାପଡ଼ିଛି।



from OdishaReporter https://ift.tt/2LdsExm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages