ବାହୁଡ଼ା ସୁଦ୍ଧା ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ ସାରିବ ଏଏସ୍‌ଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ବାହୁଡ଼ା ସୁଦ୍ଧା ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ ସାରିବ ଏଏସ୍‌ଆଇ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଯାଞ୍ଚ କଲା ଏଏସ୍ଆଇ। ଆଜି ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା, ଗ୍ରାଉଣ୍ଡ ଫ୍ଲୋରର କାନ୍ଥ, ସିଲିଂ, ଷ୍ଟିଲ୍‌ କ୍ରସ୍ ଆଦି ଯାଞ୍ଚ୍‌ କରାଯାଇଛି। ଗର୍ଭଗୃହରେ ବାୟୁ ଚଳାଚଳ କିଭଳି ସଠିକ୍ ଭାବେ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ତା’ସହ ଜଗମୋହନ ମଧ୍ୟ ଯାଞ୍ଚ କରାଯାଉଛି। ଜଗମୋହନ ସହ ନାଟମଣ୍ଡପର ସଂଯୋଗ ସ୍ଥଳ ଜୟ-ବିଜୟ ଦ୍ୱାରର ମରାମତି କାର୍ଯ୍ୟ କାଲିଠୁ ଚାଲିବ। ତା’ସହ ଗରୁଡ଼ ସ୍ତମ୍ଭର ସମ୍ମୁଖ ଭାଗ ବିମ୍ ଦୁର୍ବଳ ଥିବାରୁ ଏହାର ମରାମତି କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ଅର୍ଥାତ୍ ନଅ ଦିନ ଭିତରେ ସବୁ ମରାମତି ସାରିବାକୁ ଚେଷ୍ଟା କରିବ ଏଏସ୍‌ଆଇ। ସେପଟେ ଜୟ-ବିଜୟ ଦ୍ୱାର ଉପରିଭାଗର ପଥର ଅବସ୍ଥା ଦୁର୍ବଳ ଥିବା କହିଛନ୍ତି କୋର୍‌ କମିଟି ଅଧ୍ୟକ୍ଷ ଏନ୍.ସି.ପାଲ। ଆଜିର ଯାଞ୍ଚବେଳେ ASI କୋର କମିଟି ସହ ବିଶେଷଜ୍ଞ କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।



from OdishaReporter https://ift.tt/2NUValZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages