କ୍ଲାସ୍‌ ସରିବା ପରେ ମାଛ ବିକୁଛନ୍ତି ଏହି ଛାତ୍ରୀ, ଭିଡିଓ ଭାଇରାଲ୍ ହେବା ପରେ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

କ୍ଲାସ୍‌ ସରିବା ପରେ ମାଛ ବିକୁଛନ୍ତି ଏହି ଛାତ୍ରୀ, ଭିଡିଓ ଭାଇରାଲ୍ ହେବା ପରେ ବିବାଦ

କୋଚି: କେରଳରେ ଜଣେ ୨୧ ବର୍ଷୀୟା ଛାତ୍ରୀ କ୍ଲାସ୍ ସରିବା ପରେ ମାଛ ବିକ୍ରି କରି ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ତୋଡ଼ୁପୂଜାଠାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ନ୍ତି ହାନାନ୍‌ ହମିଦ୍‌। କଲେଜ ଛୁଟିବା ହେବା ପରେ ସେ ମାଛ ମାର୍କେଟକୁ ଯାଇ ବୁଲି ବୁଲି ମାଛ ବିକ୍ରି କରନ୍ତି। ଏଭଳି ଖବର ମାଲାୟାଲମ୍‌ ଖବରକାଗଜ ମାତୃଭୂମିରେ ପ୍ରକାଶ ପାଇଛି।


ତେବେ ଏ ସଂକ୍ରାନ୍ତ ଭିଡିଓ ଭାଇରାଲ୍‌ ହେବା ପରେ କିଛି ଲୋକ ଏହାକୁ ଫେକ୍‌ ବା ମିଥ୍ୟା ଖବର କହି ସମାଲୋଚନା କରୁଥିବା ବେଳେ, ଆଉକିଛି ଲୋକ ଛାତ୍ରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଫିଲ୍ମ ଷ୍ଟାରଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଭିଡିଓକୁ ଶେୟାର କରୁଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ.ଆଲ୍‌ଫୋନ୍ସ ମଧ୍ୟ ଛାତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କେରଳବାସୀ ହାନାନ୍‌ଙ୍କୁ ସମାଲୋଚନା କରିବା ବନ୍ଦ କରନ୍ତୁ। ଜୀବନର ମାନେ ଛାତ୍ରୀ ଜଣଙ୍କ ସମସ୍ତଙ୍କୁ ବୁଝାଇଛନ୍ତି। କଠିନ ପରିଶ୍ରମ କେମିତି କରାଯାଏ, ତା ବି ସେ ଶିଖାଇଛନ୍ତି।


ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ପିଲାବେଳେ କଠିନ ପରିଶ୍ରମ କରି ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି, ସେକଥା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀ ହାନାନ୍‌ ତାଙ୍କ ସମାଲୋଚକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କାହାର ସହଯୋଗ ମୋର ଦରକାର ନାହିଁ। ଦୟା କରି ମୋ ବାଟରେ ମୋତେ ଛାଡ଼ି ଦିଅନ୍ତୁ। ଏଭଳି ମାଛ ବିକ୍ରି କରି ମୁଁ ମୋ ପେଟ ପୋଷୁଛି। ଦୟା କରି ଏହାକୁ ନେଇ ବିବାଦ ସୃଷ୍ଟି କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ହାନାନ୍‌ଙ୍କ ଏଭଳି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫିଲ୍ମ ନିର୍ଦ୍ଦେଶକ ଅରୁନ୍ ଗୋୟେପି ତାଙ୍କୁ ଅଭିନେତ୍ରୀ ହେବାକୁ ନିମନ୍ତ୍ରଣ କରିଛନ୍ତି। ହେଲେ ସମାଲୋଚକମାନେ ଏଭଳି ଅଫରକୁ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି।



from OdishaReporter https://ift.tt/2Ah9wdC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages