ଭାରତୀୟ ଟିମ୍‌ରେ ଖେଳୁଛନ୍ତି ଦୁଇ ପରସ୍ପର ବିରୋଧୀ କ୍ରିକେଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଭାରତୀୟ ଟିମ୍‌ରେ ଖେଳୁଛନ୍ତି ଦୁଇ ପରସ୍ପର ବିରୋଧୀ କ୍ରିକେଟର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଟିମ୍‌ ଏବେ ଇଂଲଣ୍ଡ ଗସ୍ତରେ ଅଛି। ୩ଟି ଦିନିକିଆ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିସାରିବା ପରେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ୫ଟିକିଆ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। କିନ୍ତୁ ଏହା ପୂର୍ବରୁ ଆରମ୍ଭ ହୋଇଛି ଭାରତ ଓ ଏସେକ୍ସ ମଧ୍ୟରେ ୩ଦିନିଆ ଏକ ଅଭ୍ୟାସ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇଂନିସରେ ୩୯୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ପାଳିରେ ୫ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଓପନର୍ ମୁରଲୀ ବିଜୟ ଓ ଦିନେଶ କାର୍ତ୍ତିକ। ଏହି ଦୁଇଜଣ ଏବେ ପରସ୍ପରର ଘୋର ବିରୋଧୀ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଦୁଇଜଣ ଏବେ ଭାରତୀୟ ଟିମ୍‌ରେ ଏକା ସଙ୍ଗେ ଖେଳୁଛନ୍ତି। ଏସେକ୍ସ ବିପକ୍ଷରେ ଦିନେଶ କାର୍ତ୍ତିକ ଓ ମୁରଲୀ ବିଜୟ ମଧ୍ୟ ଭାରତୀୟ ଟମ୍‌ ପକ୍ଷରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟ ଖେଳାଳି ତାମିଲନାଡ଼ୁ ପକ୍ଷରୁ ମଧ୍ୟ ଅନେକ କ୍ରିକେଟ୍‌ ଖେଳିଆସିଛନ୍ତି। ଆରମ୍ଭରୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଥିବା ବେଳେ ପରେ ଏହି ଦୁଇଜଣ ପରସ୍ପର ଶତ୍ରୁ ପାଲଟି ଯାଇଥିଲେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଦିନେଶ କାର୍ତ୍ତିକଙ୍କ ପ୍ରଥମ ପତ୍ନୀ ଥିଲେ ନିକିତା। ୨୦୦୭ରେ ଉଭୟ ବିବାହ କରିଥିଲେ। ଉଭୟ ନିକିତା ଓ କାର୍ତ୍ତିକଙ୍କ ବୈବାହିକ ସମ୍ପର୍କ ୨୦୧୨ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା। ଯେତେବେଳେ କାର୍ତ୍ତିକ ଜାଣିବାକୁ ପାଇଲେ ବନ୍ଧୁ ମୁରଲୀ ବିଜୟ ଓ ନିକିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି ଓ ସେ ଦୁହେଁ ବିବାହ କରିବାକୁ ଚାହୁଁଛନ୍ତି ସେତେବେଳେ କାର୍ତ୍ତିକ ଓ ନିକିତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଏହା ପରଠାରୁ ପରସ୍ପର ବଡ଼ ଶତ୍ରୁ ପାଲଟିଯାଇଥିଲେ। ଏହାପରେ କାର୍ତ୍ତିକ ୨୦୧୫ରେ ଦୀପିକା ପାଲିକଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ।



from OdishaReporter https://ift.tt/2v7lBw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages