କେବଳ ମୋଦି ସରକାରଙ୍କୁ ବଦନାମ କରିବାକୁ ଅନାସ୍ଥା ପ୍ରସ୍ତାବ!: ବିରୋଧୀ ମେଣ୍ଟର ଶକ୍ତି ମାପିବାକୁ ବିଜେପିର ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

କେବଳ ମୋଦି ସରକାରଙ୍କୁ ବଦନାମ କରିବାକୁ ଅନାସ୍ଥା ପ୍ରସ୍ତାବ!: ବିରୋଧୀ ମେଣ୍ଟର ଶକ୍ତି ମାପିବାକୁ ବିଜେପିର ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବୁଧବାର ଆଲୋଚନା ପାଇଁ ଗ୍ରହଣ କରିଛନ୍ତି। ଶୁକ୍ରବାର ଏହା ଉପରେ ଲୋକସଭାରେ ମାରାଥନ ଆଲୋଚନା ହେବ। ବିରୋଧୀ ଭଲ ଭାବେ ଜାଣିଛନ୍ତି ଯେ କ୍ଷମତାସୀନ ଏନଡିଏ ସରକାରଙ୍କୁ ସେମାନେ ଅନାସ୍ଥା ଭୋଟ୍‌ରେ ହରାଇ ପାରିବେ ନାହିଁ। କାରଣ ନମ୍ବର ଗେମ୍‌ରେ ବିଜେପି ଆଗରେ ରହିଛି। ତଥାପି ଗୃହରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ, ବିଶେଷ କରି କଂଗ୍ରେସ ଆଗଭର ହୋଇ ଉଠିଛି। ଗୃହରେକେବଳ ସରକାରଙ୍କ ଉପରେ ବର୍ଷିବା ପାଇଁ କଂଗ୍ରେସ ଏଭଳି ରଣନୀତି କରିଛି। ଏହାକୁ ଆଉ କିଛି ଦଳ ସମର୍ଥନ କରିଛନ୍ତି ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ବିରୋଧୀ ମେଣ୍ଟ ମୋଦି ସରକାରଙ୍କୁ  ମୁକାବିଲା କରିପାରିବ ବୋଲି ଯେଉଁ ଆଲୋଚନା ହେଉଛି, ତାକୁ ଭୁଲ ପ୍ରମାଣିତ କରିବା ପାଇଁ ବିଜେପି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ରାଜି ହୋଇଛି। କଂଗ୍ରେସ ସହ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ନାହାନ୍ତି ବୋଲି ଦେଶବାସୀଙ୍କୁ ଜଣାଇବା ପାଇଁ ବିଜେପି ଚାହୁଁଛି। ଏଥିସହ ବିଜେପି ଫ୍ଲୋର୍‌ ଟେଷ୍ଟ୍‌କୁ ଡରୁ ନାହିଁ ବୋଲି ଲୋକଙ୍କୁ ଜଣାଇବାକୁ ଲକ୍ଷ୍ୟ ରଖିଛି। କାରଣ ଦଳ ପାଖରେ ଫ୍ଲୋର୍‌ ଟେଷ୍ଟ୍‌ ଜିତିବାକୁ ଆବଶ୍ୟକ ସଂଖ୍ୟା ରହିଛି। କେବଳ ବିରୋଧୀଙ୍କ ଶକ୍ତି ମାପିବାକୁ ଏବଂ ଦଳର କେଉଁ ନେତା ବିଦ୍ରୋହ କରୁଛନ୍ତି, ସେକଥା ଜାଣିବାକୁ ବିଜେପି ତୁଙ୍ଗ ନେତୃତ୍ୱ ଏଭଳି ନୀତି ଅବଲମ୍ବନ କରିଛନ୍ତି ବୋଲି ରାଜନୀତିକ ବିଶେଷଜ୍ଞମାନ ମତ ଦେଇଛନ୍ତି।

ଆସନ୍ତାକାଲିର ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ଆଜି କଂଗ୍ରେସ ପକ୍ଷରୁ ସଂସଦୀୟ ଦଳର ବୈଠକ ଡକା ଯାଇଥିଲା। ଏଥିରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିଥିଲେ ବୈଠକରନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ଗୃହରେକେବଳ ଏମିତି କିଛି ପ୍ରସଙ୍ଗ ଉଠାଇବ, ଯାହାକୁ କାଉଣ୍ଟର କରିବାକୁ ସରକାରଙ୍କ ପକ୍ଷରେ ସହଜ ହେବନାହିଁ ଦେଶରେ ବଢ଼ି ଚାଲିଥିବା ପିଟିପିଟି ହତ୍ୟା ଘଟଣା (ମବ୍ ଲିନଚିଂ) ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ଉଠାଇ କଂଗ୍ରେସ ସରକାରଙ୍କୁ ଗୃହରେ ଅପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସନେତା ଜ୍ୟୋତିରାଦିତ୍ୟନାଥ ସିନ୍ଧିଆ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କୁ ଅଣଦେଖା କରି ଚାଲିଛନ୍ତି। ସେହି ଚାଷୀମାନେ ହିଁ ବର୍ତ୍ତମାନର ବିଜେପି ସରକାରଙ୍କ ଗାଦିକୁ ଭୁଶୁଡ଼ାଇବେ। ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧି ମଧ୍ୟ ଅନାସ୍ଥା ଭୋଟ୍‌ରେ ବିରୋଧୀ ଜିତିବେ ବୋଲି କହିଛନ୍ତି। ଆସନ୍ତାକାଲି ଅନାସ୍ଥା ଭୋଟ୍‌ ସମୟରେ ଦଳୀୟ ସାଂସଦମାନେ ଉପସ୍ଥିତ ରହିବାକୁ କଂଗ୍ରେସ ହ୍ୱିପ୍‌ ଜାରି କରିଛି। ଅନ୍ୟପକ୍ଷରେ ଆସନ୍ତାକାଲି ଗୃହରେ କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ବକ୍ତବ୍ୟ ରଖିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଲୋକସଭାର୫୪୪ଟିଆସନରୁବର୍ତ୍ତମାନ ୫୩୪ଜଣସାଂସଦଅଛନ୍ତି୧୦ଟିଆସନଖାଲିପଡ଼ିଥିବାବେଳେସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୬୮ ବିଜେପି ପାଖରେ୨୭୩ଟି  ଆସନ ଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ଏନଡିଏ ସାଂସଦଙ୍କ ସଂଖ୍ୟା ୩୧୪ ବିଜେପି ଓ କଂଗ୍ରେସ ସହ ମେଣ୍ଟ କରି ନଥିବା ସାଂସଦଙ୍କ ସଂଖ୍ୟା ୭୩। ବିଜେପି ବିରୋଧୀ ମେଣ୍ଟ ପାଖରେ ୧୪୭ଟି  ଆସନ ରହିଛି। ଏହି ମେଣ୍ଟରେ କଂଗ୍ରେସର୪୮, ତୃଣମୂଳ କଂଗ୍ରେସର ୩୪ଓ ଟିଡିପିର ସର୍ବାଧିକ୧୬ଜଣ ସାଂସଦ ଅଛନ୍ତି ଏମାନଙ୍କ ସହ ବାମଦଳ, ଏଆଇଏମଇଆଇଏମ ଭଳି ଦଳ ରହିଛନ୍ତି। କାହା ସହ ମେଣ୍ଟ କରିନଥିବା ଦଳ ଗୁଡ଼ିକ ମଧ୍ୟରେଏଆଇଏଡିଏମକେର ୩୭ଜଣ, ବିଜେଡିର୧୯ଜଣ, ଟିଆରଏସ୍‌ର ୧୧ଜଣ, ଆଇଏନ୍ଏଲ୍ଡିର ୨ ଓ ୩ଜଣ ସ୍ୱାଧୀନ ସାଂସଦ ଅଛନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପିକୁ ସବୁ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ଆସନ୍ତାକାଲି ଅନାସ୍ଥା ଭୋଟରେ ଏନଡିଏକୁ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି। ଅନ୍ୟପକ୍ଷରେ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ  ଅନାସ୍ଥା ଭୋଟ୍‌ରେ ବିରୋଧୀଙ୍କୁ ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଛି।

କେତଥର ଆସିଛି ଅନାସ୍ଥା ପ୍ରସ୍ତାବ

ଆସନ୍ତାକାଲି ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ।  ତେବେ ଏହା ପୂର୍ବରୁ ୨୬ ଥର କେନ୍ଦ୍ରରେ କ୍ଷମତାଦଖଲ କରିଥିବା ବିଭିନ୍ନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାର ନଜିର ରହିଛି। ପ୍ରଥମଥର ୧୯୬୩  ମସିହାରେ ଜବାହରଲାଲ ନେହରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ସରକାର ସବୁଠାରୁ ଅଧିକ୧୫ ଥର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି। ଗତ ୨୫ବର୍ଷ ମଧ୍ୟରେ ୪ଥର ଅନାସ୍ଥା ପ୍ରସ୍ତାବ ଆସିଛି ୧୯୯୩ ବାବ୍ରୀ ମସଜିଦ ଭଙ୍ଗା ଘଟଣା ପରେ ନରସିଂହା ରାଓ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏଥିରେ ସରକାର ଜିତିଥିଲେ। ୧୯୯୯ରେ ବାଜପେୟୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ସରକାର ମାତ୍ର ଗୋଟିଏ ଭୋଟରେ ହାରିଥିଲେ ୨୦୦୩ରେ ବାଜପେୟୀ ସରକାରଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାବ ଆସିଥିଲା କିନ୍ତୁ ଏଥିରେ ସରକାର ଜିତିଥିଲେ ୨୦୦୮ରେ ସିପିଏମ ନେତୃତ୍ୱ ବାମଦଳ ମନମୋହନ ସିଂହ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବାରୁ ଅନାସ୍ଥା ଭୋଟ ହୋଇଥିଲା ତେବେ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିପାରିଥିଲେ



from OdishaReporter https://ift.tt/2LbJSfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages