ନୂଆ ରୂପରେ ଆସୁଛି ୧୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ କ’ଣ ରହିବ ବିଶେଷତ୍ତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ନୂଆ ରୂପରେ ଆସୁଛି ୧୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ କ’ଣ ରହିବ ବିଶେଷତ୍ତ୍ୱ

ନୂଆଦିଲ୍ଲୀ: ବଜାରକୁ ଆସିବ ନୂଆ ୧୦୦ଟଙ୍କିଆ ନୋଟ୍‌। ଏନେଇ ଆର୍‌ବିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାତ୍ମା ଗାନ୍ଧି ଫଟୋ ଥାଇ ଖୁବ୍‌ଶୀଘ୍ର ଏହି ୧୦୦ଟଙ୍କିଆ ନୋଟ୍‌ ପ୍ରକାଶ ପାଇବ। ତେବେ ତା’ ପୂର୍ବରୁ ଏହି ନୋଟ୍‌ର ରୂପରେଖ ସାମ୍ନାକୁ ଆସିଛି। ପୂର୍ବରୁ ସବୁଜ ରଙ୍ଗର ଆସୁଥିବା ବେଳେ ନୂଆ ନୋଟ୍‌ ନୀଳ ରଙ୍ଗର ରହିବ। ସେହିପରି ଏହାର ଆକାର 66mm x 142mm.  ରହିବ। ଏଥିରେ ଗୁଜରାଟର ରାଣୀ କି ଭାବ୍‌ର ଚିତ୍ର ରହିବ। ମହାତ୍ମା ଗାନ୍ଧିଙ୍କ ଫଟୋ ମଝିରେ ରହିବ। ନୋଟ୍ର ଡାହାଣ ପଟେ ଅଶୋକ ସ୍ତମ୍ବର ଫଟୋ ରହିବ।

ସେହିପରି ନୋଟ୍‌କୁ ଜାଣିବା ପାଇଁ ଦୃଷ୍ଟିବାଧିତଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହି ନୋଟ୍‌ ଆସିପାରେ। ତେବେ ନୂଆ ୧୦୦ ଟଙ୍କିଆ ଆସିବା ପରେ ମଧ୍ୟ ପୁରୁଣା ନୋଟ୍‌ ମଧ୍ୟ ପ୍ରଳଚନ ଜାରି ରହିବ। ସୂଚନା ଅନୁଯାୟୀ, ବିମୁଦ୍ରାକରଣ ଘୋଷଣା ହେବା ପରେ  ସରକାର ଅନେକ ନୂଆ ନୋଟ୍‌ ପ୍ରଚଳନ କରିଥିବା ବେଳେ  ଆଉ କିଛିର ରଙ୍ଗ ପରିବର୍ତ୍ତନ କରିଛନ୍ତି। ଏହାରି ଭିତରେ  ନୂଆ  ୨୦୦୦ ଟଙ୍କିଆ ନୋଟ୍‌, ୨୦୦ଟଙ୍କିଆ ନୋଟ୍‌ ଆସିଛି। ସେହିପରି ୫୦୦ ଓ ୫୦ ଟଙ୍କିଆ ନୋଟ୍‌ର ରୂପ ପରିବର୍ତ୍ତନ କରାଯାଇଥିଲା। ଏବେ ପୁଣି ନୂଆ ରୂପରେ ୧୦୦ ଟଙ୍କିଆ ନୋଟ୍‌ ଆସିବ।



from OdishaReporter https://ift.tt/2L9n9QQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages