
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ପାନପୋଷ ହକି ଛକରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଜି ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଲୋକଙ୍କ ଦାବି ପ୍ରକାରେ ସେଠାରେ ଏକ ଚେକ୍ ପୋଷ୍ଟ୍ ନିର୍ମାଣ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତା’ସହିତ ହକି ଛକରେ ୩ ଜଣ କନଷ୍ଟେବଳଙ୍କୁ ଆଜିଠାରୁ ନିୟୋଜିତ କରାଯାଇଛି। ଉକ୍ତ ଅଞ୍ଚଳରେ ଧୂଳି ଉଡ଼ୁଥିବା ନେଇ ମଧ୍ୟ ଲୋକେ ଅଭିଯୋଗ କରିଥିଲେ। ଏ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
ସୂଚନା ଅନୁସାରେ, ଗତକାଲି ଜଣେ ମହିଳା ଏହି ଛକ ଦେଇ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆଜି ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ କିଛି ସ୍ଥାୟୀ ପଦକ୍ଷେପ ନେବାକୁ ଲୋକେ ଦାବି କରିଥିଲେ। ଏହାସହ ଟ୍ରାଫିକ୍ ନିୟନ୍ତ୍ରଣ ଓ ଗାଡ଼ିଗୁଡ଼ିକର ବେଗ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।
from OdishaReporter https://ift.tt/2NSvqFL
No comments:
Post a Comment