
ନୂଆଦିଲ୍ଲୀ: ‘ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ମାମୁ ମେହୁଲ୍ ଚୋକ୍ସିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଆଗରୁ ଜାଣିଥିଲେ ତାଙ୍କୁ ନାଗରିକତ୍ୱ ପ୍ରଦାନ କରି ନଥାନ୍ତୁ।’ ଏପରି ମନ୍ତବ୍ୟ ଦେଇଛନ୍ତି ଆଣ୍ଟିଗୁଆର ବୈଦେଶିକ ମନ୍ତ୍ରୀ ଚାର୍ଲସ ଫର୍ଣ୍ଣାଣ୍ଡେଜ୍।
ସେ କହିଛନ୍ତି, “ପଞ୍ଜାବ ନ୍ୟାଶ୍ନାଲ ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ମେହୁଲ୍ଙ୍କ ସମ୍ପର୍କରେ ଭାରତ ପକ୍ଷରୁ କୌଣସି ନୋଟିସ୍ ଦିଆଯାଇନାହିଁ। ଯଦି ଭାରତ ସରକାରଙ୍କ ତରଫରୁ ମେହୁଲ୍ଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରାଯିବ, ତେବେ ଏହା ଉପରେ ଆମେ ବିଚାର କରିବୁ।”
ସେ ଆହୁରି କହିଛନ୍ତି, “ଆଣ୍ଟିଗୁଆ ସହ ଭାରତର ପ୍ରତ୍ୟାର୍ପଣ ଚୁକ୍ତି ନାହିଁ। ତଥାପି ଭାରତ ସହ ଆମର ବନ୍ଧୁତ୍ୱ ଭଲ ରହିଛି। ମେହୁଲ୍ଙ୍କୁ ନାଗରିକତ୍ୱ ଦେବା ଆଗରୁ ସବୁ ଯାଞ୍ଚ କରାଯାଇଥିଲା। ସବୁ ପ୍ରକାର ଯାଞ୍ଚ ପରେ ୨୦୧୭ରେ ତାଙ୍କୁ ନାଗରିକତ୍ୱ ଦିଆଯିବାକୁ ଠିକ୍ ହୋଇଥିଲା। ଏହି ସମୟରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଆମକୁ ଜଣା ନଥିଲା। ଯଦି ଜାଣିଥାନ୍ତୁ, ତେବେ ତାଙ୍କୁ ନାଗରିକତ୍ୱ ଦେଇ ନଥାନ୍ତୁ।
from OdishaReporter https://ift.tt/2K4Ncnc
No comments:
Post a Comment