ସାଂସଦଙ୍କ ଉପରେ ହ୍ୱିପ୍ ଜାରି କଲା ବିଜେଡି: ମୋଦିଙ୍କୁ ସମର୍ଥନ ଦେବ ନା ଦେବନି ଏବେବି ଅସ୍ପଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ସାଂସଦଙ୍କ ଉପରେ ହ୍ୱିପ୍ ଜାରି କଲା ବିଜେଡି: ମୋଦିଙ୍କୁ ସମର୍ଥନ ଦେବ ନା ଦେବନି ଏବେବି ଅସ୍ପଷ୍ଟ

ttt0

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କ’ଣ କରିବ ବିଜେଡି? ମୋଦି ସରକାର ବିରୋଧରେ ଭୋଟ ଦେବ ନା ସମର୍ଥନ କରିବ? ନା କୌଶଳ କରି ଚୁପ୍ ରହିଯିବ? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗତକାଲି ବାଚସ୍ପତି ଗ୍ରହଣ କରିଥିଲେ। ଆସନ୍ତାକାଲି ଅର୍ଥାତ ୨୦ ତାରିଖରେ ସଂସଦରେ ଅଗ୍ନି ପରୀକ୍ଷା ଦେବେ ମୋଦି ସରକାର। ଏହାପରେ ସଂଖ୍ୟା ଗଣିତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କେନ୍ଦ୍ର ସରକାରଙ୍କ ପାଇଁ ବେଶୀ ବିପଦ ନଥିଲେ ବି କିଏ କାହାକୁ ସମର୍ଥନ ଦେବ ତା ଉପରେ ରହିଛି ସମସ୍ତଙ୍କ ନଜର।

ଏ ସଂପର୍କରେ ଆଲୋଚନା ପାଇଁ ଆଜି ଦିଲ୍ଲୀରେ ବିଜେଡିର ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ବିଜେଡି ହ୍ୱିପ୍ ଜାରି କରିଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ହେଲେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ ସହ ରହିବ ନା ଏନ୍‌ଡିଏକୁ ସମର୍ଥନ ଦେବ, ନା ସେଫ୍ ଗେମ୍ ଖେଳି ସମଦୂରତା ବଜାୟ ରଖିବ, ଏନେଇ ଚର୍ଚ୍ଚା ଲାଗି ରହିଛି। ମବ୍ ଲିଞ୍ଚିଙ୍ଗ ଓ ଦଳିତଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ କଂଗ୍ରେସ, ଏନ୍‌ସିପି ଏବଂ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଟିଡିପି ପକ୍ଷରୁ ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।



from OdishaReporter https://ift.tt/2O2pKdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages