ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ମଧ୍ୟାହ୍ନ ଭୋଜନରେ ବିଷ ମିଶାଇଲେ ଛାତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ମଧ୍ୟାହ୍ନ ଭୋଜନରେ ବିଷ ମିଶାଇଲେ ଛାତ୍ରୀ !

deoria

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଦେଓରିଆରେ ଜଣେ ୭ମ ଶ୍ରେଣୀ ଛାତ୍ରୀ ତା’ ଭାଇ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ସ୍କୁଲ୍‌ରେ ରୁଣ୍ଡ ହୋଇଯାଇଥିଲେ। କିଛି ମହିଳା ଛାତ୍ରୀଙ୍କ ମାଆଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଛାତ୍ରୀ ଜଣଙ୍କ ନିଜ ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ଏପରି କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ରୋଷେୟାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଏକ ମାମଲା ରୁଜ କରିବା ସହ ଛାତ୍ରୀ ଓ ତାଙ୍କ ମାଆଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ, ବନକଟା ଥାନା ଅନ୍ତର୍ଗତ ପରିଷଦୀୟ ଜୁନିୟର୍‌ ହାଇସ୍କୁଲ୍‌ର ରୋଷେୟା ରାଧିକା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିଲେ। ଏହି ସମୟରେ ଛାତ୍ରୀ ଜଣଙ୍କ ରୋଷେଇ ଘରେ ପଶି ଡାଲି ବାଲ୍‌ଟିରେ କିଛି ମିଶାଇ ଦେଇଥିଲେ। ତେବେ ରୋଷେୟା ଏହାକୁ ଦେଖି ଦେଇଥିଲେ ଓ ଏନେଇ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଏହାପରେ ରୋଷେଇ ଘରେ ତାଲା ପକାଇ ଦିଆଯାଇଥିଲା।

ଏନେଇ ପ୍ରଧାନଶିକ୍ଷକ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ। ବନକଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏକ ଟିମ୍‌ ଧରି ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ପରେ ଖାଦ୍ୟ ଯାଞ୍ଚ କରାଯାଇଥିଲା। ଖାଦ୍ୟ ସୁରକ୍ଷା ଅଧିକାରୀ ଅଜିତ ତିୱାରୀ କହିଛନ୍ତି, “ଡାଲିରେ କିଛି ବିଷାକ୍ତ ପଦାର୍ଥ ମିଶା ଯାଇଛି। କାରଣ ଡାଲିର ରଙ୍ଗ ବଦଳି ଯାଇଛି ଓ ଏଥିରୁ କୀଟନାଶକ ଗନ୍ଧ ଆସୁଛି। ଯାଞ୍ଚ ପାଇଁ ଡାଲିର ନମୂନା ଝାନ୍‌ସୀ ସ୍ଥିତ ଲ୍ୟାବ୍‌କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାପଡ଼ିବ, କେଉଁ ପ୍ରକାର ବିଷ ଏଥିରେ ମିଶା ଯାଇଛି।”

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଅଭିଯୁକ୍ତ ଛାତ୍ରୀର ଭାଇଙ୍କର ବିଦ୍ୟାଳୟରେ ମୃତ୍ୟୁ ଘଟିଥିଲା। ବିଦ୍ୟାଳୟର ଜଣେ ଛାତ୍ର ତାଙ୍କୁ ଇଟାରେ ଛେଚି ହତ୍ୟା କରିଥିଲେ। ଏବେ ଉକ୍ତ ଛାତ୍ର ଜଣଙ୍କ ବାଳସୁଧାର ଗୃହରେ ଅଛି।

ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ଛାତ୍ରୀଙ୍କ ମାଆ ଖଣ୍ଡନ କରିଛନ୍ତି। ଜାଣିଶୁଣି ମୋ ଝିଅକୁ ଫସା ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।



from OdishaReporter https://ift.tt/2LrCc4z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages