ବଢ଼ିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ବଢ଼ିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍‌ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।  ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୫ରୁ ଆଉ ୬ ମାସ ପାଇଁ  ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି।

ଚିଟଫଣ୍ଡ ତଦନ୍ତ ଜାରି ରହିଥିବାରୁ ଜଷ୍ଟିସ୍‌ ଏମ୍ଏମ୍ ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା କୁହାଯାଇଛି।  ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ ଷଷ୍ଠ ପର୍ଯ୍ୟାୟରେ ଚିଟ୍‌ଫଣ୍ଡ କମ୍ପାନୀମାନଙ୍କୁ ନୋଟିସ୍ ଜାରି କରିଥିଲେ। ପ୍ରାରମ୍ଭିକ ଭାବେ ସିସୋର ଓ ଅର୍ଥତତ୍ତ୍ୱ ଗ୍ରୁପକୁ କମିଶନ୍ ନୋଟିସ୍ କରିଥିଲେ।

ଆସନ୍ତା ଅଗଷ୍ଟ ୨୭ ତାରିଖରେ ସିସୋର ଏବଂ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପକୁ ହାଜର ପାଇଁ ନୋଟିସ୍ ହୋଇଛି।

କମ୍ପାନୀ କର୍ତ୍ତୃପକ୍ଷ ହାଜର ହେବା ପରେ ସମ୍ପୃକ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ପରେ ଅନ୍ୟ କମ୍ପାନୀଗୁଡ଼ିକୁ କମିଶନ୍‌ ପର୍ଯ୍ୟାୟକ୍ରମେ ହାଜର ହେବାକୁ ନୋଟିସ୍ ଜାରି କରିବେ ବୋଲି କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

 

 

 

 

 

 

 



from OdishaReporter https://ift.tt/2mZVJP6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages