ଅସନ୍ତୁଷ୍ଟ ହେବେ ଭୋଳାବାବା: ଶ୍ରାବଣ ମାସରେ ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ପୋଷାକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଅସନ୍ତୁଷ୍ଟ ହେବେ ଭୋଳାବାବା: ଶ୍ରାବଣ ମାସରେ ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ପୋଷାକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବାରମାସରେ ତେର ପର୍ବ ପାଳନ କରିଥାଉ। ଏବେ ଶ୍ରାବଣ ମାସ ଚାଲିଛି। ମହାଦେବ ଶିବଙ୍କ ଶ୍ରାବଣ ମାସ ଅତି ପ୍ରିୟ ବୋଲି କୁହାଯାଏ। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ  ନିଷ୍ଠାର ସହ ଶିବଙ୍କୁ ଆରାଧନା କରେ ତାହାର ମନୋସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ସବୁଠାରୁ ଖାସ୍‌ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ ଉପରେ କିଛି ନୀତିନିୟମ ରହିଛି ଠିକ୍‌ ସେମିତି ଆମେ ପିନ୍ଧୁଥିବା ପୋଷାକକୁ ନେଇ ମଧ୍ୟ କିଛିଟା ବିଧି ରହିଛି। ଯଦି ଆପଣ ଏହି ପୋଷାକ ପରିଧାନକୁ ନେଇ ଥିବା ନୀତିନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭୋଳା ବାବା କୋପ କରିପାରନ୍ତି।  ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ପୋଷାକ ପିନ୍ଧିବା ଉଚିତ ଓ ଅନୁଚିତ୍।

ଲାଲ୍‌ ରଙ୍ଗ  ବିବାହିତା ମହିଳାଙ୍କ ଜୀବନରେ ଖୁସି ଓ ସୌଭାଗ୍ୟ ଆଣିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ସେହିପରି ନୀଳ ରଙ୍ଗ ମଧ୍ୟ ବିବାହିତା ମହିଳାଙ୍କ ଜୀବନ ପାଇଁ  ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ତେବେ ଶିବଙ୍କ ଆଶୀର୍ବାଦ ପାଇବା ସହ ସ୍ୱାମୀଙ୍କ ଆୟୁସ ବୃଦ୍ଧି ହେବା ପାଇଁ ମହିଳାମାନେ ଏହି ମାସରେ ନୀଳ ରଙ୍ଗର ଚୁଡ଼ି ପିନ୍ଧିବା କଥା। ସେହିପରି ଶିବଙ୍କୁ ପୂଜା କରିବା ସମୟରେ ସମସ୍ତ ରଙ୍ଗର ପୋଷାକ ପିନ୍ଧିପାରିବେ। ହେଲେ କଳା ରଙ୍ଗକୁ ବର୍ଜନ କରାଯାଇଛି। ଶିବଙ୍କ ଆରଧନାରେ କଳା ରଙ୍ଗର ପୋଷାକକୁ ଅଶୁଭ ବୋଲି କୁହାଯାଇଥାଏ। ଶିବଙ୍କୁ କଳା ରଙ୍ଗ ପସନ୍ଦ ନ ଥିବାରୁ ସେ ଏହି ରଙ୍ଗ ଦେଖିଲେ ମହାଦେବ କ୍ରୋଧିତ ହୋଇଥାନ୍ତି। ଯଦି ଆପଣ ଶିବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟରେ କଳା ପୋଷାକ ପିନ୍ଧନ୍ତୁ ନାହିଁ।



from OdishaReporter https://ift.tt/2M2VsWh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages