କଳା ତାଲିକାରେ ଚଢ଼ିଲେ ଓଡ଼ିଶାର ୨୮୯ ଏନ୍‌ଜିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

କଳା ତାଲିକାରେ ଚଢ଼ିଲେ ଓଡ଼ିଶାର ୨୮୯ ଏନ୍‌ଜିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଶତାଧିକ ସ୍ୱେଚ୍ଛାସେବୀ ସଂସ୍ଥା (ଏନ୍‌ଜିଓ)ଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରେଡ୍ ସିଗ୍ନାଲ୍‌ ଦେଇଛି। ଅନୁଦାନ ଅର୍ଥ ହେର୍‌ଫେର୍‌କୁ ନେଇ ତନାଘନା ପରେ ପ୍ରକାଶ ପାଇଛି ଖରାପ ଏନ୍‌ଜିଓଙ୍କ ତାଲିକା। ଦେଶର ୯୨୪ଟି ଏନ୍‌ଜିଓ କଳା ତାଲିକାଭୁକ୍ତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ରହିଛି ସର୍ବାଧିକ ୨୮୯ଟି। ଏ ସବୁ ସଂସ୍ଥା ଗୁଡ଼ିକର କୌଣସି ଅଫିସ୍ ଠିକଣା ନାହିଁ ବୋଲି କାରଣରେ ଦର୍ଶାଯାଇଛି। କେବଳ କାଗଜ କଲମରେ ଚାଲିଛି ଅନେକ ଏନ୍‌ଜିଓ। ଓଡ଼ିଶାର ଢେଙ୍କାନାଳ, ନୟାଗଡ଼ ଓ କୋରାପୁଟ ସମେତ ଅନ୍ୟ କେତେକ ଜିଲ୍ଲାରେ ଥିବା ଅନେକ ଏନଜିଓଙ୍କୁ ଖରାପ ତାଲିକାଭୁକ୍ତ କରାଯାଇଛି। ଏଗୁଡ଼ିକ ମଧ୍ୟକୁ କିଛି ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇଥିବା ବେଳେ ଆଉ କିଛି ସଂସ୍ଥା ଏହି ପ୍ରକ୍ରିୟାରେ ଅଛନ୍ତି। ସେହିପରି ଆଉକିଛି ସଂସ୍ଥାର ଆର୍ଥିକ ଅନୁଦାନକୁ ବନ୍ଦ କରାଯାଇଛି।

କେନ୍ଦ୍ରର ଏହି ନିୟମାବଳୀ ଅନୁସାରେ, ଏନ୍‌ଜିଓ ଗୁଡ଼ିକୁ ଖରାପ ତାଲିକାଭୁକ୍ତ କରାଯାଇଛି। କୌଣସି ଏକ ମନ୍ତ୍ରଣାଳୟ ଦ୍ୱାରା କଳାତାଲିକା ଭୁକ୍ତ ହୋଇଥିବା ଏନ୍‌ଜିଓ, ଖରାପ ପ୍ରଦର୍ଶନ ପାଇଁ ଆର୍ଥିକ ଅନୁଦାନ ବନ୍ଦ ରଖା ଯାଇଥିବା ସଂସ୍ଥା, ଖିଲାପକାରୀ ଓ ଦର୍ପଣ ପୋର୍ଟାଲ୍‌ରେ ପଞ୍ଜିକୃତ ହୋଇନଥିବା ଏନ୍‌ଜିଓ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଅନେକ ସଂସ୍ଥା ବିଦେଶ ଓ କେନ୍ଦ୍ରଠାରୁ କୋଟି କୋଟି ଟଙ୍କାର ଅନୁଦାନ ଆଣୁଥିଲେ ମଧ୍ୟ ତା’ର ସଦୁପଯୋଗ କରୁନଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ନେଇ ପୂର୍ବରୁ ପ୍ରାୟ ୧ ହଜାର ଏନ୍‌ଜିଓକୁ କଳା ତାଲିକାଭୁକ୍ତ କରିଥିଲା କେନ୍ଦ୍ର। ତେବେ ଅନୁଦାନ ଆଣୁଥିବା ଏନ୍‌ଜିଓଙ୍କ କାର୍ଯ୍ୟକଳାପକୁ କିପରି ଅନୁଧ୍ୟାନ କରାଯାଇ ପାରିବ, ତାକୁ ନେଇ ଉଠିଛି ପ୍ରଶ୍ନ।



from OdishaReporter https://ift.tt/2NFpwZt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages