ଦମ୍‌ଦାର ବ୍ୟାଟେରୀ ଲାଇଫ୍‌ ସହ ଲଞ୍ଚ୍‌ ହେଲା Moto E5 Plus: ୧୫ ମିନିଟ୍‌ ଚାର୍ଜରେ ଚାଲିବ ୬ ଘଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଦମ୍‌ଦାର ବ୍ୟାଟେରୀ ଲାଇଫ୍‌ ସହ ଲଞ୍ଚ୍‌ ହେଲା Moto E5 Plus: ୧୫ ମିନିଟ୍‌ ଚାର୍ଜରେ ଚାଲିବ ୬ ଘଣ୍ଟା

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ମୋଟରୋଲା ନିଜର Moto E5 ଓMoto E5 Plus ମୋବାଇଲ୍‌କୁ ଭାରତରେ ଲଞ୍ଚ କରିଛି। Moto E5 Plusର ମୂଲ୍ୟ ୧୧ ହଜାର ୯୯୯ ଟଙ୍କା ରହିଛି। ବର୍ତ୍ତମାନ ଏହି ମଡେଲ୍‌ଟି ଅନ୍‌ଲାଇନ୍‌ ସପିଂ ଆପ୍‌ ଆମାଜୋନ୍‌ରେ ଉପଲବ୍‌ଧ ରହିଛି। ସେହିଭଳି Moto E5କୁ ଆପଣ Moto Hubରୁ କିଣି ପାରିବେ। ଏହାର ମୂଲ୍ୟ ୯,୯୯୯ ଟଙ୍କା ରଖାଯାଇଛି।

Moto E5 ବିଷୟରେ

ଜୁଲାଇ ୧୦ ତାରିଖ ମଧ୍ୟରାତିରୁ Moto E5 ମୋବାଇଲ୍‌ ବିକ୍ରି ହେବ। ୧୧ ଓ ୧୨ ଜୁଲାଇ ପର୍ଯ୍ୟନ୍ତ ଆପଣ ଏହାକୁ SBI କାର୍ଡରେ ୮୦୦ ଟଙ୍କା ଡିସ୍‌କାଉଣ୍ଟରେ କିଣିପାରିବେ।

ଫୋନ୍‌ ସୁବିଧା: ଏହି ମୋବାଇଲ୍‌ରେ ପ୍ଲାଷ୍ଟିକ୍ ବଡି ସହିତ ୬ ଇଞ୍ଚ HD+IPS ଏଲ୍‌ସିଡି ଡିସ୍‌ପ୍ଲେ ଦିଆଯାଇଛି। ଏହାର ଏକ୍ସପର୍ଟ ରେସିଓ ୧୮:୯ ରହିଛି। ଏଥିସହିତ କ୍ୱାଲ୍‌କୋମ୍‌ ସ୍ନାପ୍ ଡ୍ରାଗନ୍ ୪୨୫, 2GB ରାମ୍‌, 16GB ମୋବାଇଲ୍‌ ମେମୋରୀ ଦିଆଯାଇଛି। ଏଥିରେ 128 GB ପର୍ଯ୍ୟନ୍ତ ମାଇକ୍ରୋ ଏସ୍‌ଡି ମେମୋରୀ କାର୍ଡ ପକାଇ ପାରିବେ। ଏଥିସହିତ ୧୩ ମେଗାପିକ୍‌ସାଲ୍‌ ରିୟର କ୍ୟାମେରା, ୫ ମେଗାପିକ୍‌ସାଲ୍‌ ସେଲ୍‌ଫି କ୍ୟାମେରା, ବ୍ୟାଟେରୀ 4,000mAh ଓ 10Wର ରାପିଡ୍‌ ଚାର୍ଜର ଦିଆଯାଇଛି। ସେହିପରି କନେକ୍ଟିଭିଟି ପାଇଁ 4G LTE, WiFi ସହିତ ବ୍ଲୁଟୁଥ୍‌ 4.2, GPS/A GPS, ଏଫ୍‌ ଏମ୍‌ ରେଡିଓ ସହିତ ଅନ୍ୟାନ୍ୟ ସୁବିଧା ଦିଆଯାଇଛି।

Moto E5 Plus

ଏହି ମୋଡେଲ୍‌ରେ ୬ ଇଞ୍ଚରHD+ ଦିସ୍‌ପ୍ଲେ ରହିଛି। ଯାହାର ରେସିଓ ୧୮:୯ ରହିଛି। ଏଥିସହିତ ଏଥିରେ1.4GHz କ୍ୱାଲ୍‌କୋମ୍‌ ସ୍ନାପଡ୍ରାଗନ୍‌ 435 ଓକ୍ଟାକୋର୍ ପ୍ରୋସେସର୍ ସହିତ 3GB ରାମ୍‌ ଦିଆଯାଇଛି। ଏହି ମଡେଲ୍‌ରେ 32 GB ମୋବାଇଲ୍‌ ମେମୋରୀ  ଦିଆଯାଇଥିବା ବେଳେ ଏଥିରେ ମଧ୍ୟ ଆପଣ 128 GB ପର୍ଯ୍ୟନ୍ତ ମେମୋରୀ କାର୍ଡ ପକାଇ ପାରିବେ।

ଟର୍ବୋ ପାୱାର୍ ସପୋର୍ଟେଡ୍‌ ବ୍ୟାଟେରୀ- କମ୍ପାନୀ ଏହି ମୋବାଇଲ୍‌ରେ ଖୁବ୍‌ ଦମ୍‌ଦାର୍‌ ବ୍ୟାଟେରୀ ଦେଇଛି। ଏଥିରେ 5000 mAhର ବ୍ୟାଟେରୀ ଦିଆଯାଇଛି। ମାତ୍ର ୧୫ ମିନିଟ୍‌ ଚାର୍ଜ କରି ଏହାକୁ ୬ ଘଣ୍ଟା ପର୍ଯ୍ୟନ୍ତ ଚଲାଇ ପାରିବେ ବୋଲି କମ୍ପାନୀ ଦାବି କରିଛି। ସେହିପରି ବ୍ୟାଟେରୀକୁ ଫୁଲ୍‌ ଚାର୍ଜ କଲେ ଲଗାତାର ୧୮ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଦେଖି ହେବ ବୋଲି କମ୍ପାନୀ କହିଛି।

କ୍ୟାମେରା- ଏଥିରେ ୧୨ ମେଗାପିକ୍‌ସେଲ୍‌ ରିୟର୍‌ କ୍ୟାମେରା ଦିଆଯାଇଛି। ଯେଉଁଥିରେ ଏଲ୍‌ଇଡି ଫ୍ଲାସ୍ ଲାଇଟ୍‌, ଫେସ୍ ଡିଟେକ୍‌ସନ୍‌, ଅଟୋ ଫୋକସ୍ ଓ ଲେଜର୍‌ ଅଟୋ ଫୋକସ୍‌ର ସୁବିଧା ଦିଆଯାଇଛି। ସେହିଭଳି ଏଥିରେ ୫ ମେଗା ପିକ୍‌ସେଲ୍‌ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

 



from OdishaReporter https://ift.tt/2u9hPCw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages