ବାରିପଦା ଓ କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ବାରିପଦା ଓ କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା ଯାତ୍ରା

ବାରିପଦା/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଓ ଆସନ୍ତାକାଲି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତ ରାତିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି।  ଆଜି ରଥାରୂଢ଼ ତିନି ଠାକୁରଙ୍କ ଛେରାପହଁରା ଓ ଅନ୍ୟାନ୍ୟ ନୀତି ସମ୍ପାଦନ ହେବ। ଏହାପରେ ଅପରାହ୍ନରେ ରଥଟଣା ହେବ। ତେବେ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଙ୍କ ଟଣା ଯିବ। ଆଜି ଜଗନ୍ନାଥଙ୍କ ରଥ ମନ୍ଦିର ପାଖରେ ପହଞ୍ଚିବ। ସୁଭଦ୍ରାଙ୍କ ରଥକୁ ଟାଉନ୍‌ ଥାନା ପର୍ଯ୍ୟନ୍ତ ଟଣାଯିବ। କାଲି ତାଙ୍କ ରଥ ମନ୍ଦିର ନିକଟକୁ ଆସିବ। ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣାଯିବ। ବାରିପଦାରେ ବାହୁଡ଼ା ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି।

ସେହିପରି କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କର ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ପରେ ରଥାରୂଢ଼ କରାଯାଇଛି। ରଥକୁ ଦକ୍ଷିଣ ମୁହାଁ କରାଯାଇଛି। ପରମ୍ପରା ଅନୁଯାୟୀ, ଏଠି ଦୁଇ ଦିନ ଯାଏ ବାହୁଡ଼ା ଯାତ୍ରା ଆୟୋଜିତ ହୋଇଥାଏ।



from OdishaReporter https://ift.tt/2NyeAMr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages