ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୫ ମହଲା କୋଠା: ୨ ଜଣଙ୍କ ମୃତ୍ୟୁ, ୬ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୫ ମହଲା କୋଠା: ୨ ଜଣଙ୍କ ମୃତ୍ୟୁ, ୬ ଗୁରୁତର

gaziabad

ନୂଆଦିଲ୍ଲୀ: ଗ୍ରେଟର୍‌ ନୋଏଡାରେ ଏକ ନିର୍ମାଣାଧୀନ ୬ ମହଲା କୋଠା ଏକ ୪ ମହଲା କୋଠା ଉପରେ ପଡ଼ି ୯ଜଣଙ୍କ ମୃତ୍ୟୁ ଘଟିବା ଘଟଣାର ୫ ଦିନ ପରେ ଗତକାଲି ଗାଜିଆବାଦରେ ଏକ ୫ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ୮ ବର୍ଷର ଜଣେ ବାଳକ ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପିଲାଟିକୁ କୋଠାର ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିଲା। ପରେ ତା’ର ମୃତ୍ୟୁ ଘଟିଥିଲା। ଏବେ ବି କିଛି ଶ୍ରମିକ କୋଠା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି।

ପ୍ରସନ୍ନଜିତ ଗୌତମ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ବିଲ୍‌ଡର୍‌ ମନୀଷ ଗୋୟଲ ଏହି କୋଠା ନିର୍ମାଣ କରୁଥିଲେ। ଦୁର୍ଘଟଣା ପରେ ଉଭୟ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

ଏହି କୋଠା ନିର୍ମାଣ ସହିତ ସମ୍ପୃକ୍ତ ଥିବା ସମସ୍ତ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ୫ଟି ଟିମ୍‌ ଗଠନ କରିଛି।

ଏହି ଘଟଣାକୁ ନେଇ ଆଇପିସି ଧାରା ୩୦୪, ୩୦୮, ୩୩୭, ୩୩୮, ୪୨୭ ଓ ୨୮୮ରେ ମାମଲା ରୁଜୁ କରାଯାଇଛି।



from OdishaReporter https://ift.tt/2O79eJ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages