ସମାଲୋଚନା କଲେ, ମୋଦିଙ୍କୁ କୁଣ୍ଢାଇଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ସମାଲୋଚନା କଲେ, ମୋଦିଙ୍କୁ କୁଣ୍ଢାଇଲେ ରାହୁଲ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଦୁଇଟି ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ମୋଦି ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଚାନକ ମୋଦି ପ୍ରେମ ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ରାହୁଲ ବିଜେପି ଓ ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ। ୨୦ ମିନିଟ୍‌ରୁ ଅଧିକ ସମୟ ବିଜେପି ଓ ମୋଦି ସରକାରଙ୍କୁ ରାହୁଲ ସମାଲୋଚନା କରିଥିଲେ। କିନ୍ତୁ ଭାଷଣ ପରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଚାଲିଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ। ସେ ମୋଦିଙ୍କୁ କୁଣ୍ଢାଇ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ଆପଣ ମତେ ପପୁ କହିପାରନ୍ତି କିନ୍ତୁ ମୁଁ ଆପଣଙ୍କ ଉପରେ କେବେ ରାଗ ରଖିନାହିଁ। ଏ ଦେଶକୁ କଂଗ୍ରେସ ଗଢ଼ିଛି ବୋଲି ସମସ୍ତେ ମନେରଖିବା ଦରକାର।  ବିଜେପି, ଆର୍‌ଏସ୍‌ଏସ୍‌ ଓ ମୋଦିଜୀ ମୋତେ କଂଗ୍ରେସର ପ୍ରକୃତ ଅର୍ଥ କ’ଣ ବୁଝାଇଛନ୍ତି। ଭାରତୀୟ ବୋଲି ମୋତେ ହୃଦବୋଧ କରାଇଛନ୍ତି। ପ୍ରକୃତ ଭାରତୀୟ ଓ ହିନ୍ଦୁର ସଂଜ୍ଞା ବିଜେପି ମତେ ବୁଝାଇଛି। ରାହୁଲଙ୍କ ଏଭଳି ଆଚରଣ ଦେଖି ମୋଦି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଉଭୟ ନେତା କିଛି ସମୟ ଧରି ପରସ୍ପରକୁ ସ୍ମିତହାସ୍ୟ ସହ କଥାବାର୍ତ୍ତା ହୋଇଥିଲେ। ରାହୁଲ ଗୃହରେ ମୋଦିଙ୍କୁ ଆଲିଙ୍ଗନ କରିଥିବାରୁ ବିଜେପି ଟ୍ୱିଟ୍‌ରେ ‘ଏଭଳି ଏଣ୍ଟରଟେନ୍‌ମେଣ୍ଟ ପାଇଁ ଧନ୍ୟବାଦ’ ବୋଲି କହିଛି।

ରାହୁଲ ତାଙ୍କ ଉଦ୍‌ବୋଧନ ବେଳେ ରାଫେଲ୍‌ ଡିଲ୍‌ଠାରୁ ଆରମ୍ଭ କରି ଦେଶରେ ବଢ଼ି ଚାଲିଥିବା ମହିଳା ବିରୋଧୀ ହିଂସା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାହୁଲ ଗାନ୍ଧି ରାଫେଲ୍‌ ଡିଲ୍‌ ପ୍ରସଙ୍ଗ ଉଠାଇ ସିଧାସଳଖ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ୍‌ କରିଥିଲେ। ଏହାକୁ ନେଇ ବିଜେପି ସାଂସଦମାନେ ହୋ-ହଲ୍ଲା କରିବାରୁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ୧.୪୫ରୁ ୮ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ରାହୁଲ ପୁଣି ବକ୍ତବ୍ୟ ଆରମ୍ଭ କରିଥିଲେ। ରାହୁଲ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନର୍ଭସ ଅଛନ୍ତି ଏବଂ ମୋ ଆଖିରେ ଆଖି ମିଶାଇ ପାରୁନାହାନ୍ତି ବୋଲି କହିଥିଲେ। ରାହୁଲଙ୍କ ଏଭଳି କଥା ଶୁଣି ମୋଦି ହସି ଦେଇଥିଲେ।



from OdishaReporter https://ift.tt/2uK8PU2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages