ହଠାତ୍‌ କାହିଁକି ଉଛୁଳିଲେ ସୋନିଆ ନନ୍ଦନ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ହଠାତ୍‌ କାହିଁକି ଉଛୁଳିଲେ ସୋନିଆ ନନ୍ଦନ ?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନେତ୍ର ଆଜି ପବିତ୍ର ହୋଇଗଲା। ଯାହା କେବେ ହୋଇ ନ ଥିଲା ସେଇଟା ଆଜି ହେଲା। ଆପଣ ଏହାକୁ ରାଜନୀତି ମହାକାଶରେ ମହାଜାଗତିକ ଦୃଶ୍ୟ ବୋଲି କହିପାରନ୍ତି। କାରଣ ବାସ୍ତବତା ହିଁ ସେଇଆ। ଦୁଇ ପାରମ୍ପରିକ ପରସ୍ପର ବିରୋଧୀ ରାଜନେତା ଯେତେବେଳେ ଏକାଠି ହୁଅନ୍ତି, ପ୍ରେମ ଦିଆନିଆ ହୁଅନ୍ତି ସେତେବେଳେ ଆମ ପାଟିରୁ ସ୍ୱତଃ ଏହି କଥାଟି ବାହାରି ଆସିବା ସ୍ୱାଭାବିକ୍‌। ସେ ଏକତରଫା ହେଉ କି ଦୁଇ ତରଫା!

ଆପଣ ତ ଏ କଥା ଭଲରେ ଜାଣିଥିବେ, ହାତରେ ପଦ୍ମ ଧରି ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନରେନ୍ଦ୍ର ଦାମୋଦର ଦାସ ମୋଦି ଆଉ ସୋନିଆ ନନ୍ଦନ ରାହୁଲ ଗାନ୍ଧି ହେଉଛନ୍ତି ଦୁଇ ଭିନ୍ନ ରାଶିର ଲୋକ। ଜଣଙ୍କ ଚେଙ୍ଗ ରାଶି ତ ଜଣଙ୍କର ବେଙ୍ଗ ରାଶି । ହେଲେ ଦୁହେଁ ଆଜି ଯାହା କଲେ, ତାହା ନିଶ୍ଚିତ ଭାବେ ଅପ୍ରତ୍ୟାଶିତ ଥିଲା।

ଆଜିର ଦିନ ଥିଲା ଭାରତୀୟ ରାଜନୀତି ପାଇଁ ଗୋଟିଏ ଐତିହାସିକ ଦିବସ। ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା କଂଗ୍ରେସ। ଥାଟ ପଟୁଆର ନେଇ ସକାଳୁ ସଂସଦ ଭବନରେ ନିଜ ସହଯୋଗୀ ଦଳଙ୍କ ସହ ଉଭା ହୋଇଥିଲେ ରାହୁଲ। ହେଲେ କ’ଣ ହେଲା କେଜାଣି, ଅତି ସନ୍ତର୍ପଣରେ ସେ ଧାଇଁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ବସିଥିବା ଆସନ ନିକଟକୁ । ବୟସରେ ତାରତମ୍ୟ ଥିଲେ ମଧ୍ୟ ଦୁହେଁ ରାଜନୀତି ଯୁଦ୍ଧରେ ସମକକ୍ଷ। କାହାର ଅସ୍ତ୍ର ହାତ ତ କାହାର ପଦ୍ମ। ସବୁବେଳେ ମୁହଁ ଛିଞ୍ଚାଡ଼ି ଜଣେ ଜଣଙ୍କ ବିରୋଧରେ ବିଷ ଉଦ୍‌ଗାରୁଥିବା ଏହି ଦୁଇ ନେତାଙ୍କୁ ମୁହାଁମୁହିଁ ହେଉଥିବା ଟିଭି ପରଦାରେ ଦେଖି ଲୋକେ ଚମ୍‌କି ପଡିଲେ।

କ’ଣ ଗୋଟେ ହେଇଯିବ ବୋଲି ଭାବିଲେ। ଅବଶ୍ୟ ସେମିତି କିଛି ହେଲାନି, ହେଲେ ଯାହା ହେଲା ସେ କଥା କିନ୍ତୁ ମନରୁ ଯାଉନି। ହଠାତ୍‌ ରାହୁଲ ବାବା କୁଣ୍ଡାଇ ପକାଇଲେ ମୋଦିଙ୍କୁ। ଭାବ୍‌ ଗଦ୍‌ଗଦ୍‌ ହୋଇ ସେ ଏମିତି କାହିଁକି କଲେ ବୋଲି ଭାବି ଭାବି ଆମ ଅକଲ କାମ କଲାନି।

କିନ୍ତୁ ଧୀରେ ସୁସ୍ଥେ ଭାବିଲା ପରେ ଏବେ ଗୋଟିଏ କଥା ମଗଜକୁ ଜୁଟୁଛି। ମନେ ପଡ଼ୁଛି ସଞ୍ଜୟ ଦତ୍ତଙ୍କ ଅଭିନୀତ “ମୁନ୍ନା ଭାଇ ଏମ୍‌ବିବିଏସ୍‌” କଥା। କଥା କଥାରେ ଫିଲ୍ମର ଅନେକ ସିକ୍ୱେନ୍ସରେ ସେ ଯେମିତି ସମସ୍ତଙ୍କ କୁଣ୍ଡାଈ ‘ଜାଦୁ କି ଝପ୍ପି’ ଦେଉଥିଲେ ସେ କଥା ମନେପଡ଼ିଲା। ଏମିତି କୁଣ୍ଢିଆଟାଏ ମାରି ମୁନ୍ନା ଯେମିତି ପରକୁ ଆପଣାର କରୁଥିଲେ ରାହୁଲ କ’ଣ ଠିକ୍‌ ସେଇଆ କଲେ କି ବୋଲି ପ୍ରଶ୍ନ ଉଠିଲା ।

ପରେ ରାହୁଲ ସେଇ ଫର୍ମୁଲା ଆପଲାଏ କଲେ ବୋଲି ଆମେ ନିଶ୍ଚିତ ହେଲୁ। ଭୟରେ ହେଉ ଅଥବା ଭାବରେ, ତାଙ୍କର ଏ କୁଣ୍ଢିଆ ଦେଖି ସମବେତ ସାଂସଦ ଆଚମ୍ବିତ ହୋଇଗଲେ। କ୍ଷଣକେ ଲାଗିଲା, ସତେ ଯେମିତି ରାମରାଜ୍ୟ ଲେଉଟି ଆଇଲା। ହେଲେ ଥୋକାଏ କହୁଥାନ୍ତି ଏ ପ୍ରେମ ସତ ସତିକା ନୁହେଁ ମ ! ‘ପପୁ’(ରାହୁଲ ଗାନ୍ଧିଙ୍କୁ ତାଚ୍ଛଲ୍ୟ କରି ଏହି ନାମରେ କିଛି ରାଜନେତା ପୂର୍ବରୁ ଟିପ୍ପଣୀ ଦେଇଛନ୍ତି) ପୁଣି ପ୍ରେମ । ପ୍ରେମ ଜାଣିଥିଲେ ସେ କ’ଣ ବାଡୁଅ ଥାଆନ୍ତେ? ଧେତ୍‌ ଏଇଟା ଡାହା ମିଛକଥା। ବାସ୍ତବରେ ଏଇଟା କଂଗ୍ରେସିଆଙ୍କ ଛିଗୁଲିଆ ପ୍ରେମ। ଆଉ କିଛି ଭାବନ୍ତୁନି ।



from OdishaReporter https://ift.tt/2Lac9Tu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages