ଏହି ୫ଟି ଜିନିଷକୁ ହୁସିଆର୍‌, ହାଡ଼କୁ କରି ଦିଅନ୍ତି ଦୁର୍ବଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଏହି ୫ଟି ଜିନିଷକୁ ହୁସିଆର୍‌, ହାଡ଼କୁ କରି ଦିଅନ୍ତି ଦୁର୍ବଳ

anatomy

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାଲ୍‌ସିୟମ୍ ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ ଲୋକ ଏହା ଜାଣି ନଥିବେ ଯେ ଏମିତି କିଛି ଖାଦ୍ୟ ଓ ପାନୀୟ ରହିଛି ଯାହାକୁ ଖାଇଲେ ବା ସେବନ କଲେ ହାଡ଼ ଦୁର୍ବଳ ହୋଇଯାଏ। ତା’ହେଲେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଓ ପାନୀୟଗୁଡ଼ିକ ବିଷୟରେ।

ଲୁଣ: ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଲୁଣରେ ସୋଡିୟମ୍‌ ଥାଏ। ଏହା ଶରୀରକୁ ଯିବା ପରେ କ୍ୟାଲ୍‌ସିୟମ୍‌କୁ ପରିସ୍ରା  ମାଧ୍ୟମରେ ଶରୀରରୁ ବାହାର କରିଦିଏ। ଫଳରେ ଶରୀରରେ କ୍ୟାଲ୍‌ସିୟମ୍‌ର ମାତ୍ରା କମିଯାଏ ଓ ହାଡ଼ ଦୁର୍ବଳ ହୋଇଯାଏ।

ଚକୋଲେଟ୍‌: ଅତ୍ୟଧିକ ଚକୋଲେଟ୍‌ ଖାଇଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ। ଏହାକୁ ଖାଇଲେ ଶରୀରରେ ସୁଗାର୍ ଏବଂ ଓକ୍ସଲେଟ୍‌ର ମାତ୍ରା ବଢ଼ିଥାଏ, ଯାହା ଶରୀରରୁ କ୍ୟାଲ୍‌ସିୟମ୍‌କୁ ଶୋଷଣ କରିଥାଏ।

bottles

ମଦ: ମଦ ପିଇବା ଦ୍ୱାରା ଶରୀରରେ କ୍ୟାଲ୍‌ସିୟମ୍‌ର ମାତ୍ରା ହ୍ରାସ ପାଇଥାଏ ଓ ଧୀରେ ଧୀରେ ହାଡ଼ ଦୁର୍ବଳ ହେବାରେ ଲାଗେ।

ଥଣ୍ଡା ପାନୀୟ: ଏଥିରେ କାର୍ବନ୍‌ ଡାଇଅକ୍ସାଇଡ୍‌ ଏବଂ ଫସ୍‌ଫରସ୍‌ ଅଧିକ ମାତ୍ରାରେ ରହିଥାଏ। ଏହାକୁ ପିଇବା ଦ୍ୱାରା ହାଡ଼ରେ ଫାଙ୍କ ସୃଷ୍ଟି ହୋଇଥାଏ।

coffeetea

ଚାହା ଏବଂ କଫି: ଚାହା ଏବଂ କଫି ଅଧିକ ମାତ୍ରାରେ ପିଇଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଥାଏ। ଏଥିରେ କଫିନ୍‌ ରହିଛି, ଯାହା ଶରୀର ପାଇଁ କ୍ଷତିକାରକ।



from OdishaReporter https://ift.tt/2AnitSw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages