
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ୍ ରୋଡ୍ ସ୍ଥିତ ଲାଇନ୍ ହାଟିଙ୍ଗରେ ଏକ ଦୁଃଖଦ ଘଟଣା ଘଟିଛି। ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରାହୁଲ।
ଗତକାଲି ରାତିରେ ଦୁଇ ଭାଇ ବିପିନ ଓ ରାହୁଲ ଏକାଠି ବସି ଖାଉଥିଲେ। ସେତେବେଳେ ବିପିନ ସାନ ଭାଇକୁ କହିଥିଲେ ଯେ ବାହାଘର ଏତେ ବର୍ଷ ହେଲାଣି, କିନ୍ତୁ ତୁ ପିଲା ଛୁଆ କରିପାରିଲୁ ନାହିଁ। ଏହାକୁ ନେଇ ରାହୁଲ ରାଗି ଯାଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବିପିନ୍ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ରାହୁଲଙ୍କ ମୁଣ୍ଡକୁ ଜୋର୍ରେ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ୍ ବିପିନଙ୍କୁ ଗିରଫ କରିଛି ଓ ଘଟଣାର ଅଧିକ ତଦନ୍ତ କରୁଛି।
from OdishaReporter https://ift.tt/2LBDDln
No comments:
Post a Comment