ରାସ୍ତାରେ ଯାଉ ଯାଉ ଟଙ୍କା ପାଇଲେ କି? ପଢ଼ନ୍ତୁ, କ’ଣ କଲେ ଶୁଭ, କ’ଣ କଲେ ଅଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ରାସ୍ତାରେ ଯାଉ ଯାଉ ଟଙ୍କା ପାଇଲେ କି? ପଢ଼ନ୍ତୁ, କ’ଣ କଲେ ଶୁଭ, କ’ଣ କଲେ ଅଶୁଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେବେଳେ ରାସ୍ତାରେ ଯାଉଥିବା ବେଳେ ଆମେ ଟଙ୍କା କିମ୍ବା ପଇସା ପଡ଼ିଥିବା ଦେଖୁ। ହୁଏତ ଏହା କାହା ପକେଟ୍‌ରୁ ଅସାବଧାନତା ବଶତଃ ଗଳି ପଡ଼ିଥାଇ ପାରେ। ଆମ ଭିତରୁ କେହି କେହି ଏହି ଟଙ୍କା ପାଇଲା ପରେ ନୈତିକତା ପ୍ରଦର୍ଶନ ପୂର୍ବକ ସେ ସମସ୍ତ ମୂଲ୍ୟ ଟଙ୍କା ହଜେଇଥିବା ଲୋକକୁ ଫେରାଇ ଦିଅନ୍ତି। ଏମିତି ବି ହୁଏ, କେହି କେହି ରାସ୍ତାରୁ ଟଙ୍କା ପାଇଲା ପରେ ତାକୁ ଲୋଭରେ ନିଜ ପକେଟ୍‌ରେ ପୂରାନ୍ତି। ନୈତିକତା କଥା ଭୁଲି ଯାଆନ୍ତି। ଏ ସବୁତ ସାମାଜିକ ନୈତିକତା କଥା। ତେବେ ଏ ସଂପର୍କରେ ଶାସ୍ତ୍ର କ’ଣ କହୁଛି, ରାସ୍ତାରୁ କୌଣସି ମୁଦ୍ରା ପାଇଲେ ଆମେ କ’ଣ କରିବା ଉଚିତ ପଢ଼ନ୍ତୁ।

୧. ବାସ୍ତୁଶାସ୍ତ୍ର କହୁଛି, ଯଦି କୌଣସି ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଟଙ୍କା କିମ୍ବା ମୁଦ୍ରା ପାଆନ୍ତି ଓ ତାକୁ ଉଠାଇ ନେଇ ନିଜ ପାଖରେ ରଖୁଛନ୍ତି, ତେବେ ତାହା ବାସ୍ତୁ ଦୃଷ୍ଟିରୁ ଠିକ୍। ଶାସ୍ତ୍ର କହୁଛି ଏହି ମୁଦ୍ରା ଜରିଆରେ ଆପଣଙ୍କ ପାଖକୁ ନୂଆ ସକରାତ୍ମକ ଶକ୍ତି ଆସିଥାଏ। ଯଦି ଆପଣ ଏହାକୁ କୌଣସି ବ୍ୟକ୍ତିଙ୍କୁ ଦେଇଦେବେ, ତେବେ ମୁଦ୍ରା ସହିତ ସମସ୍ତ ସକରାତ୍ମକ ଶକ୍ତି ମଧ୍ୟ ତାଙ୍କ ପାଖକୁ ଚାଲିଯିବାକ ସମ୍ଭାବନା ଥାଏ। ତେଣୁ ମୁଦ୍ରାଟିଏ ରାସ୍ତାରୁ ପାଇଲେ ତେବେ ତାକୁ ନିଜ ପାଖରେ ହିଁ ରଖିବା ଉଚିତ।

୨. ଶାସ୍ତ୍ର କହୁଛି, ଯଦି ଆପଣ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ରାସ୍ତାରୁ ପାଇଥିବା ଏହି ଟଙ୍କାକୁ ସେହି କାମ ପାଇଁ ଖର୍ଚ୍ଚ କରନ୍ତୁ।

୩. ସେହିପରି ଯଦି କୌଣସି ଭୋକିଲା ଗରିବ ଲୋକକୁ ଆପଣ ଖାଇବାକୁ ଦେବାକୁ ଚାହୁଁଛନ୍ତି, ତେବେ ଏହି ମୁଦ୍ରାକୁ ଖର୍ଚ୍ଚ କରି ଖାଦ୍ୟ କିଣନ୍ତୁ ଓ ସେହି ବ୍ୟକ୍ତିଙ୍କୁ ଦିଅନ୍ତୁ।

୪. ସେହିଭଳି ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ରାସ୍ତାରେ ଯାଉଯାଉ ଆପଣ ନୋଟ୍ ବା କାଗଜ ଟଙ୍କା ପାଇଲେ ତେବେ ତାହା‍ ଶୁଭ ନୁହୋ।

୫. ବାସ୍ତୁ ଅନୁଯାୟୀ କେବଳ ମୁଦ୍ରା ବା କଏନ୍‌ରେ ହିଁ ସକରାତ୍କମ ଶକ୍ତି ଟ୍ରାନ୍ସଫର୍‌ ହୋଇପାରେ। କାଗଜ ଟଙ୍କା ଦ୍ୱାରା ନୁହେଁ।

୬. ଏପରିକି ରାସ୍ତାଘାଟରୁ ଯଦି କାଗଜ ଟଙ୍କା ବା ନୋଟ୍ ପାଇଲେ ତେବେ ତାକୁ ପାଖରେ ନରଖି, ଚେଷ୍ଟା କରନ୍ତୁ ଯାହା ଟଙ୍କା ତାଙ୍କୁ ଫେରେଇ ଦେବାକୁ। ବାସ୍ତୁଶାସ୍ତ୍ର କହୁଛି, ରାସ୍ତାରୁ ନୋଟ୍‌ ପାଇଲେ ଜାଣିବେ ଯେ ଆପଣଙ୍କର ଖରାପ ସମୟ ଚାଲିଛି। ତେଣୁ ସତର୍କ ରୁହନ୍ତୁ।

 



from OdishaReporter https://ift.tt/2JMUfAF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages