
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସେବାୟତମାନେ ଭକ୍ତଙ୍କଠାରୁ ଆଉ ଦାନ ଓ ଦକ୍ଷିଣା ଗ୍ରହଣ କରିପାରିବେ ନାହିଁ। ଯିଏ ଯାହା ଦାନ କରିବେ ତାହା ଦାନ ବାକ୍ସରେ ହିଁ ପ୍ରଦାନ କରିବେ। ସେଥିପାଇଁ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଓ ରଥ ଚାରି ପଟରେ ଦାନ ବାକ୍ସ ପ୍ରତିଷ୍ଠା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ସେ କହିଛନ୍ତି-“ଆସନ୍ତା ୧୩ ତାରିଖରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେନେଇ ବାଡ଼ଗ୍ରାହୀ ଓ ଦତ୍ତମହାପାତ୍ରଙ୍କ ସହିତ ଆଲୋଚନା କରିଛି। ସମସ୍ତେ ସହମତି ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ ହେବ ବୋଲି ସମସ୍ତେ ସହମତି ପ୍ରକାଶ କରିଛନ୍ତି।”
ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି,“ଶ୍ରୀମନ୍ଦିରରେ ସେବାୟତମାନେ ଭକ୍ତଙ୍କଠାରୁ ଦାନ ଗ୍ରହଣ କରିପାରିବେ ନାହିଁ। ସେଥିପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ଚାରିପଟେ ୧୨ଟି ହୁଣ୍ଡି ବସିବ। ହୁଣ୍ଡି ଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନ ବସାଇବ। ଭକ୍ତମାନେ ଚାହିଁଲେ ସେଥିରେ ଦାନ ଦେଇପାରିବେ। ଏହାଛଡ଼ା ରଥକୁ ଲାଗି ବ୍ୟାରିକେଡ୍ ବସିବ। ଯେମିତି ଭକ୍ତମାନେ ଆସି ରଥକୁ ଛଇଁ ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।”
ସେ ଆହୁରି କହିଛନ୍ତି,“ଗୁଣ୍ଡିଚା ମନ୍ଦିରରେ ସମସ୍ତ ହୁଣ୍ଡି ବନ୍ଦ ରହିବ। କେବଳ ୬ଟି ହୁଣ୍ଡି ବସିବ। ଏହି ହୁଣ୍ଡିଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ବସାଇବ। ଭକ୍ତମାନେ ଚାହିଁଲେ ସେଠାରେ ଦାନ ଓ ଦକ୍ଷିଣା ଦେଇପାରିବେ।”
from OdishaReporter https://ift.tt/2m1IoFr
No comments:
Post a Comment