ବଦଳିଗଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ଲୁକ୍‌,  କ୍ରିକେଟ୍‌ ଛାଡ଼ି ଏବେ ଫିଲ୍ମରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ବଦଳିଗଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ଲୁକ୍‌,  କ୍ରିକେଟ୍‌ ଛାଡ଼ି ଏବେ ଫିଲ୍ମରେ

ନୂଆଦିଲ୍ଲୀ: କ୍ରିକେଟ୍‌ରେ ଆଜୀବନ ବ୍ୟାନ୍‌ର ସାମ୍ନା କରୁଥିବା ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ଶ୍ରୀସନ୍ଥଙ୍କ ଚେହେରା ଏହା ଭିତରେ ଅନେକ ବଦଳି ଯାଇଛି। ତାଙ୍କ ଲୁକ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। କ୍ରିକେଟ୍‌ରୁ ବିଦାୟ ନେବା ପରେ ଶ୍ରୀସନ୍ଥ ଏବେ ଏକ ଅଲଗା ଇନିଂସ୍ ଆରମ୍ଭ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ସେ ସିକ୍ସ ପ୍ୟାକ୍‌ ବଡି ମଧ୍ୟ ବନେଇଛନ୍ତି। ସୂଚନା ଅନୁସାରେ, ୩୪ ବର୍ଷୀୟ ଶ୍ରୀସନ୍ଥ ଖୁବ୍‌ଶୀଘ୍ର କନ୍ନଡ଼ ଫିଲ୍ମ କେମ୍ପାଗୌଡ଼ା-୨ରେ ଅଭିନୟ କରିବାକୁ ଯାଉଛନ୍ତି।

ଦେଖନ୍ତୁ ଶ୍ରୀସନ୍ଥଙ୍କର ଏହି ଫଟୋକୁ। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋଟି  ଏବେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଶ୍ରୀସନ୍ଥଙ୍କର ସିକ୍ସ ପ୍ୟାକ୍‌ବାଲା ବଡିକୁ ଦେଖି ଅନେକ୍ ପରିହାସ ଛଳରେ କହୁଛନ୍ତି ଯେ, ହରଭଜନ ଏବେ ଆଉ ଶ୍ରାସନ୍ଥଙ୍କ ସହିତ ପଙ୍ଗା ନେଇପାରିବେ ନାହିଁ।

ପ୍ରକାଶ ଥାଉକି, ୨୦୦୮ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ହରଭଜନ ସିଂହ ସମସ୍ତଙ୍କ ସାମ୍ନାରେ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାପରେ ବିସିସିଆଇ ଶ୍ରୀସନ୍ଥଙ୍କୁ ସତର୍କବାଣୀ ଶୁଣାଇବା ସହିତ ହରଭଜନଙ୍କ ଉପରେ ପୂରା ସିଜନ୍‌ ପାଇଁ ବ୍ୟାନ୍ ଲଗାଇଥିଲା। ଶ୍ରୀସନ୍ଥ ଭାରତ ପାଇଁ ୨୭ ଟେଷ୍ଟ, ୫୩ ୱାନ୍‌ଡେ ଓ ୧୦ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେ ଟେଷ୍ଟରେ-୮୭ଟି ୱିକେଟ୍‌, ୱାନ୍‌ଡେରେ ୭୫ଟି ଓ ଟି-୨୦ରେ ୭ ୱିକେଟ୍‌ ହାସଲ କରିଥିଲେ।



from OdishaReporter https://ift.tt/2N2y2R7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages