କେବେ ଖାଇଛନ୍ତି ଲାଉ ଖିରି? ଆଜି ଘରେ ତିଆରି କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

କେବେ ଖାଇଛନ୍ତି ଲାଉ ଖିରି? ଆଜି ଘରେ ତିଆରି କରନ୍ତୁ

lauki

ଆବଶ୍ୟକ ସାମଗ୍ରୀ: ଲାଉ, ତେଜପତ୍ର, ଚିନି, ଲୁଣ, ଗୁଜୁରାତି ଗୁଣ୍ଡ, ତେଲ, କାଜୁ, କିସ୍‌ମିସ୍‌ ଓ ପିସ୍ତାବାଦାମ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଲାଉକୁ କୋରି ଏକ ପାତ୍ରରେ ରଖନ୍ତୁ।  ତା’ପରେ ଚୁଲିରେ ଡେକ୍‌ଚି ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜ ପତ୍ର ପକାନ୍ତୁ। ତା’ପରେ ସେଥିରେ ଲାଉ କୋରା ପକାଇ କିଛି ସମୟ ଭାଜନ୍ତୁ। ଲାଉରୁ ପାଣି ମରିଯିବା ପରେ ସେଥିରେ କ୍ଷୀର ପକାନ୍ତୁ। କ୍ଷୀର ଫୁଟିଗଲା ପରେ ସେଥିରେ ଚିନି ପକାନ୍ତୁ। ଅଳ୍ପ ଲୁଣ ମଧ୍ୟ ପକାନ୍ତୁ। ଚିନି ଓ ଲୁଣ ପକାଇବା ପରେ ପୁଣି କିଛି ସମୟ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଲାଉ ଭଲ ଭାବେ ଶିଝିଯିବା ପରେ ଡେକ୍‌ଚିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଗୁଜୁରାତି ଗୁଣ୍ଡ, ଏବଂ ତେଲରେ ଛଣା ହୋଇଥିବା କାଜୁ ଓ କିସ୍‌ମିସ୍‌କୁ ପକାଇ ଗୋଳାଇ ଦିଅନ୍ତୁ। କ୍ଷୀରି ଟିକେ ଥଣ୍ଡା ହୋଇଗଲା ପରେ ତାକୁ ଗିନାରେ କାଢ଼ି ଦିଅନ୍ତୁ। ତା’ ଉପରେ କିଛି କଟା ଯାଇଥିବା ପେସ୍ତାବାଦାମକୁ ରଖି ସଜାଇ ଦିଅନ୍ତୁ। ଏବେ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।



from OdishaReporter https://ift.tt/2v1489l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages