ବାଧା ଦେଲାନି ବିବେକ: ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ଭିଡିଓ ସୁଟ୍‌ କରି ଭାଇରାଲ କଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ବାଧା ଦେଲାନି ବିବେକ: ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ଭିଡିଓ ସୁଟ୍‌ କରି ଭାଇରାଲ କଲା ସ୍ୱାମୀ

ଲକ୍ଷ୍ନୋ: ମରିଗଲା ମାନବିକତା। ବିବେକ ବି ବାଧା ଦେଲାନି। ଯୌତୁକ ଲୋଭୀ ସ୍ୱାମୀର ଜଘନ୍ୟ କାରନାମା। ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ଭିଡିଓ ସୁଟ୍‌ କଲା ସ୍ୱାମୀ। ଖାଲି ସେତିକି ନୁହେଁ ଏହି ଭିଡିକୁ ଭାଇରାଲ କରିଛି ସ୍ୱାମୀ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଘଟିଛି। ଶ୍ୱଶୁର ଘର ପକ୍ଷରୁ ବାରମ୍ବାର ଦିଆଯାଉଥିବା ଯୌତୁକ ନିର୍ଯାତନା ସହି ନପାରି ଶେଷରେ ବାଧ୍ୟ ହୋଇ ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ବଞ୍ଚାଇବା ପରିବର୍ତ୍ତେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ୍ କରିଥିଲେ ତାଙ୍କ ସ୍ୱାମୀ।

ପୋଲିସର କହିବା ଅନୁଯାୟୀ ହାଇୱେ କ୍ଷେତ୍ର ବୁଦ୍ଧ ବିହାର କଲୋନୀରେ ଗତ ଗୁରୁବାର ଏହି ଘଟଣା ଘଟିଛି। ଏହି ଘଟଣାରେ ପୋଲିସ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ରାଜ କପୁର ଶାଶୁ ବିମଳାଙ୍କୁ ଗିରଫ କରି ଜେଲ ପଠାଇଦେଇଛି। ତେବେ ସ୍ୱାମୀ ଗିରଫର ଦୁଇଦିନ ପରେ ସ୍ତ୍ରୀ ଆତ୍ମହତ୍ୟାର ଭିଡିଓ ଭାଇରାଲ ହେବା ପୁଲିସକୁ ଚକିତ କରିଦେଇଛି।

୧୨ ମିନିଟ୍‌ ୧୪ ସେକେଣ୍ଡର ଏହି ଭିଡିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ। ପୋଲିସ କହିବା ଅନୁଯାୟୀ ସ୍ୱାମୀ ସୁଟ୍‌ କରିଥିବା ଏହି ଭିଡିଓକୁ ଆଉ କେହି ନୁହଁ ନିଜ ପରିବାର ଲୋକେ ହିଁ ଭାଇରାଲ କରିଛନ୍ତି।  ସେପଟେ ଏସ୍‌ପି ଶ୍ରବଣ କୁମାର କହିଛନ୍ତି ଯେ, ଭିଡିଓ ଭାଇରାଲ ହେବା ପରେ ତଦନ୍ତକୁ ଜୋରଦାର କରାଯାଇଛି। ପୋଲିସ କହିବା ଅନୁଯାୟୀ ଯଦିଓ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି କିନ୍ତୁ ଶାଶୁଘର ଲୋକେ ତାଙ୍କୁ ମରିବା ପାଇଁ ବାଧ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ରାଜ କପୁର ଗୀତାଙ୍କୁ  ୨୦୧୫ ଏପ୍ରିଲ ୨୨ରେ ବିବାହ କରିଥିଲେ। କିଛି ଦିନ୍‌ ପରେ ଶାଶୁଘର ଲୋକେ ଏକ୍‌ କାର ଆଣିବା ପାଇଁ ଦାବି କରିଥିଲେ। ଏଥିପାଇଁ ଅନେକ ଥର ପରିବାର ଲୋକେ ମିଶି ଗୀତାଙ୍କୁ ଉଭୟ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲେ। ତେବେ ଏହି ଅତ୍ୟାଚାର ଅସହ୍ୟ ହେବାରୁ ଶେଷରେ ବାଧ୍ୟ ହୋଇ ଗୀତା ଆତ୍ମହତ୍ୟା କରିଥିଲେ।

 

 



from OdishaReporter https://ift.tt/2NWoGXH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages