ଏହି ୬ମାସ ଶିଶୁର କେଶର ଦିୱାନା ହେଲା ସାରା ଦୁନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଏହି ୬ମାସ ଶିଶୁର କେଶର ଦିୱାନା ହେଲା ସାରା ଦୁନିଆ

ଟୋକିଓ (ଓଡ଼ିଶା ରିପୋର୍ଟର): ଆପଣ ଦେଖିଥିବେ ଅନେକ ଲୋକ ନିଜ କେଶକୁ ନେଇ ଚିନ୍ତିତ ରହିଥାନ୍ତି। କିଛି ଲୋକଙ୍କର କମ୍‌ ବୟସରେ କେଶ ଝଡ଼ିବାକୁ ଲାଗିଥାଏ । ଅନ୍ୟ କିଛି ଲୋକ କେଶ ପାଚିବା ସମସ୍ୟାକୁ ନେଇ ଚିନ୍ତିତ ରହିଥାନ୍ତି। ଏମିତିବି ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ କେଶକୁ ନେଇ ବେଶ ଲୋକପ୍ରିୟତା ପାଇଛନ୍ତି। ସେହିପରି ୬ମାସର ଏକ ଶିଶୁ ନିଜର ସୁନ୍ଦର କେଶ ପାଇଁ ଇଣ୍ଟର୍‌ନେଟ୍‌ରେ ପପୁଲାର୍‌ ହୋଇ ପାରିଛି। ଶିଶୁଟି ହେଉଛି ଜାପାନର। ତାର ନାଁ ଚାଙ୍କୋ। ଚାଙ୍କୋର ଘନ କଳା କେଶ ଉପରେ କାହାର ବି ନଜର ପଡ଼ିଯିବ, ସେ ଚାଙ୍କୋ ଉପରୁ ନଜର ଫେରାଇ ନେଇ ପାରେ ନାହିଁ।
chankoନିଜର ସୁନ୍ଦର କେଶ ପାଇଁ ଚାଙ୍କୋର ଇଣ୍ଟର୍‌ନେଟ୍‌ ଦୁନିଆରେ ଫଲୋୟର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଚାଙ୍କୋର ୭୦,୦୦୦ ଫଲୋୟର୍ସ ରହିଛନ୍ତି। ଚାଙ୍କୋର ମାଆ ବାରମ୍ବାର ଇନ୍‌ଷ୍ଟାଗ୍ରାମ୍‌ରେ ତା’ର ଫଟୋ ଓ ଭିଡିଓ ଅପଲୋଡ୍ କରୁଛନ୍ତି। ଲୋକ ଏଥିରେ କମେଣ୍ଟ୍‌ ଦେଇ ‘ବିୟୁଟିଫୁଲ୍‌’ ଏବଂ ‘ଆଡୋରେବଲ୍‌’ କହୁଛନ୍ତି।
chankoଡାକ୍ତରଙ୍କ କହିବା ଅନୁଯାୟୀ ଏପରି କେଶ ବଢ଼ିବାର କାରଣ ଶିଶୁଟିର ବଂଶଗତ ଏବଂ ଏଥ୍‌ନିସିଟି କାରଣରୁ ହୋଇଥାଏ। ଗର୍ଭାଶୟରେ ଥିବା ସମୟରେ ଶିଶୁ ମାଆର ଉଚ୍ଚସ୍ତରର ହର୍‌ମୋନ୍‌ ସମ୍ପର୍କରେ ଆସିଥାଏ। ଯେବେ ଶିଶୁ ଜନ୍ମ ନେଇଥାଏ, ତେବେ ହର୍‌ମୋନ୍‌ର ସ୍ତର କମେ। ଏଥିପାଇଁ ଶିଶୁର କେଶ ଶୀଘ୍ର ବଢ଼ିବା ବନ୍ଦ ହୋଇ ଯାଇଥାଏ। ଶିଶୁ ବଡ଼ ହେବା ସହିତ ସେହି ପୁରୁଣା କେଶ ଝଡ଼ି ନୂଆ କେଶ ଉଠିଥାଏ। ଏହି ନୂଆ କେଶ ପୂର୍ବ କେଶଠାରୁ ଅଧିକ ମଜଭୁତ୍‌ ହେବା ସହିତ ଏହାର ରଙ୍ଗ ପୂର୍ବାପେକ୍ଷା ଅଲଗା ହୋଇଥାଏ।

ଏହି କାରଣରୁ ଚାଙ୍କୋ ଇଣ୍ଟର୍‌ନେଟ୍‌ରେ ପପୁଲାର୍‌ ହୋଇ ପାରିଛି।



from OdishaReporter https://ift.tt/2ObDbYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages