
ସିଲଙ୍ଗ: ଆସାମ ପରେ ମେଘାଳୟ ମାଛ ଆମଦାନୀ ଉପରେ ଲଗାଇଲା ରୋକ୍। ମାଛରେ ଫର୍ମାଲିନ୍ ମିଶ୍ରଣ ନେଇ ପରୀକ୍ଷାରୁ ଜଣାପଡ଼ିବା ପରେ ୧୫ ଦିନ ପାଇଁ କଟକଣା ଲଗାଇଲା ମେଘାଳୟ। ସୋମବାରଠାରୁ ମେଘାଳୟରେ ମାଛ ଆମଦାନୀ ଉପରେ ବ୍ୟାନ୍ କରାଯାଇଛି। ନିକଟରେ ଆଶାମ, ମଣିପୁର, ନାଗାଲାଣ୍ଡ, ଗୋଆ ଏବଂ କେରଳରେ ଏହି ମାଛ ଆମଦାନୀ ବନ୍ଦ କରାଯାଇଛି। ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ମାଛ ଏବଂ ସଂରକ୍ଷିତ ହୋଇ ରହୁଥିବା ମାଛକୁ ନିଷିଦ୍ଧ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ମେଘାଳୟର ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି ନିୟମକୁ ଉଲ୍ଲଂଘନ କଲେ ଉକ୍ତ ଅଧିସୂଚନା ଓ ଖାଦ୍ୟ ସୁରକ୍ଷା ୨୦୦୬ ଧାରା 59 (iv) ଅନୁଯାୟୀ, ୭ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ୧୯ଟି ସାମ୍ପୁଲରୁ ଦୁଇଟିରେ ପଜିଟିଭ୍ ରିପୋର୍ଟ ଆସିଥିଲା। ଜୁଲାଇ ୨୦ର ଏହି ରିପୋର୍ଟ ଆସିବା ପରେ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଏନେଇ ମେଘାଳୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କୌଣସି ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାର ହୋଇଥିଲେ ୨୦୦୬ ଖାଦ୍ୟ ସୁରକ୍ଷା ଏବଂ ଧାରା 3(1)(zz)(v) ଅନୁଯାୟୀ ଏହାକୁ ନିରାପଦ ବୋଲି ବିବେଚନା କରାଯାଯିବ ନାହିଁ। ତେଣୁ ମାଛରେ ଫର୍ମାଲିନ୍ ବାହାରିବା ପରେ ଉକ୍ତ ନିୟମ ଅନୁଯାୟୀ ଏହା ଅସୁରକ୍ଷିତ ବୋଲି କୁହାଯାଇଛି।
ଫର୍ମାଲିନ ହେଉଛି ଏକ ରାସାୟନିକ ଦ୍ରବ୍ୟ। ଯାହା ପନିପରିବା ଓ ମାଛ ଆଦି ସାମଗ୍ରୀକୁ ଅଧିକ ଦିନ ସତେଜ୍ ରଖିବାରେ ସହାୟକ ହୋଇଥାଏ। ହେଲେ କ୍ୟାନ୍ସ୍ର କାରକ ଏହି ଫର୍ମାଲିନ୍ ଶରୀର ପାଇଁ ସମ୍ପୂର୍ଣ୍ଣ କ୍ଷତିକାରକ। ତେଣୁ ଏବେ ଫର୍ମାଲିନ୍କୁ ନେଇ ଦେଶରେ ଏକପ୍ରକାର ଆତଙ୍କ ଖେଳି ଯାଇଛି। କୁହାଯାଉଛି କେବଳ ମାଛ ନୁହଁ ପନିପରିବାରେ ମଧ୍ୟ ଫର୍ମାଲିନ୍ ମିଶୁଛି।
from OdishaReporter https://ift.tt/2NEv05P
No comments:
Post a Comment