
ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ୍ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍ ଅଫ୍ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି।
ବ୍ୟାଙ୍କ୍ର କେଉଁ କର୍ମଚାରୀଙ୍କ ପାଇଁ ଲାଗୁହେବ ଏହି ନିୟମ ?
ବିଜିନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଏହି ନିୟମ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ର ଅଧିକାରୀ ଓ ଏହାର ଉପରିସ୍ଥ ଅଧିକାରୀମାନଙ୍କ ପାଇଁ ଲାଗୁ ହେବ । ପିଏନ୍ବିର ମ୍ୟାନେଜିଂ ଡାଇରେକ୍ଟର ସୁନିଲ୍ ମେହଟ୍ଟା କହିଛନ୍ତି, ‘ବ୍ୟାଙ୍କ୍ ଗମ୍ଭୀରତାର ସହ ପର୍ଫମାନ୍ସ ବେସଡ୍ ଇନ୍ସେଣ୍ଟିଭ୍ ଦେବାକୁ ବିଚାର କରୁଛନ୍ତି। ଏଥିରେ ଫିକ୍ସଡ୍ ଓ ଭାରିଏବଲ୍ ପେ’ ମଧ୍ୟ ମାମିଲ୍ ହେବ । କିନ୍ତୁ ଏହା କିଛି ପ୍ରକ୍ରିୟା ଦେଇ ଧୀରେ ଧୀରେ ଲାଗୁ ହେବ।’ SBI ଓ BoB ମଧ୍ୟ କିଛି ଏମିତି ମଡେଲ୍ ଆପଣେଇବାକୁ ଚାହିଁଛନ୍ତି।
ଉଲ୍ଲେଖନୀୟ ଯେ, ପ୍ରାଇଭେଟ୍ ସେକ୍ଟରରେ ପର୍ଫମାନ୍ସ ବେସଡ୍ ସାଲାରୀ ହୋଇଥାଏ। ଫଳରେ ପ୍ରଦର୍ଶନର ଆଧାରରେ ଇନ୍ସେଣ୍ଟିଭ୍ ଓ ପ୍ରମୋଶନ ମିଳିଥାଏ। ପ୍ରଦର୍ଶନ ଆଧାରରେ ପେମେଣ୍ଟ ଲାଗୁ କରିବା ପାଇଁ ସରକାରୀ ବ୍ୟାଙ୍କ୍ଗୁଡ଼ିକ ସରକାରଙ୍କ ଠାରୁ ଅନୁମତି ନେବାକୁ ହେବ । ସବୁସ୍ତରର କର୍ମଚାରୀଙ୍କ ବେତନ ସହ ଜଡ଼ିତ ମାମଲାରେ ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନ୍, ବ୍ୟାଙ୍କ୍ ମ୍ୟାନେଜମେଣ୍ଟ୍ ଓ ଟ୍ରେଡ୍ ୟୁନିୟନ୍ର ସହମତି ଆଧାରରେ ଏହି ପର୍ଫମାନ୍ସ ବେସଡ୍ ସାଲାରୀ ନିର୍ଦ୍ଧାରଣ କରାଯିବ ।
from OdishaReporter https://ift.tt/2OmQFke
No comments:
Post a Comment